Advertisment

ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି, ଦୁଇଦିନ ତଳେ ନେତାଙ୍କୁ ଡାକି ବୁଝାଇଥିଲେ ସୁପ୍ରିମୋ

ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି । ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ୱାଳ।

author-image
Sangram Keshori Behera
ଅଦ୍ୟତନ ହୋଇଛି
BJD

BJD

ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି । ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ୱାଳ। ଗତକାଲି ବସନ୍ତଙ୍କ ସମର୍ଥକ ମନୋଜ ବେହେରା ସମ୍ବିତଙ୍କ ସମର୍ଥକମାନଙ୍କ ନାମରେ ଏତଲା ଦେଇଥିଲେ । ଆଉ ଆଜି ଥାନାରେ ପାଲଟା ଅଭିଯୋଗ ପରେ, ପାରାଦୀପ ବିଜେଡି ରାଜନୀତି ସରଗରମ ହୋଇଛି । ଦୁଇ ଦିନ ତଳେ ଜିଲ୍ଲାର ଦଳୀୟ ନେତାମାନଙ୍କୁ ଏକାଠି କରି ସଂଗଠନ ଆଗକୁ ବଢାଇବାକୁ ଦଳର ମୁଖିଆ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ବେଳେ, ଏହାକୁ ପାରାଦୀପ ନେତାମାନେ ଫୁ କରି ଦେଇଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ସମ୍ବିତଙ୍କ ଢୋଲ ଭିତରେ ମୂଷା ଉପାଖ୍ୟାନ ସାଙ୍ଗକୁ ବିନା ବସନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ପାରାଦୀପରେ ବାରମ୍ବାର କାର୍ଯ୍ୟକ୍ରମ କରିଛନ୍ତି । ଏହାକୁ କାଉଣ୍ଟର କରିବାକୁ ଯାଇ, ଗତ ୧୧ତାରିଖରେ ବିଜେଡିର ସାଙ୍ଗଠନିକ ବୈଠକ ନାଁରେ ଏକାଠି ହୋଇ ବସନ୍ତ ଏବଂ ତାଙ୍କ ସମର୍ଥକମାନେ ସମ୍ବିତଙ୍କୁ କଟୁ ସମାଲୋଚନା କରିଥିଲେ। ଯାହାର ପ୍ରତିବାଦ କରି ଗତ ୧୩ ତାରିଖରେ ସମ୍ବିତଙ୍କ ସମର୍ଥକମାନେ ପ୍ରେସମିଟ୍ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଛି ଏତଲା ଦିଆ ପର୍ବ। ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଏତଲା ଦେବା ସହ ପରସ୍ପରର ଗୋହି ଖୋଳିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବସନ୍ତ ବିଶ୍ୱାଳ ଏବଂ ତାଙ୍କ ଗୋଷ୍ଠୀଙ୍କୁ  ଟାର୍ଗେଟ୍ କରିଛନ୍ତି ସମ୍ବିତ ରାଉତରାୟ। ନାଁ ନେଇ କହିଛନ୍ତି, ଯେଉଁମାନେ ଦଳର ମଙ୍ଗୁଆଳ ହୋଇ ଦଳ ବିରୋଧୀ କାମ କଲେ ତୃଣମୂଳ ସ୍ତରରେ ସେମାନଙ୍କୁ ବିରୋଧ କରୁଛନ୍ତି । ତେଣୁ ବିବାଦ ଚାଲିଛି। ଆଗାମୀ ଦିନରେ ଦଳର ସଭାପତି ଆକ୍ସନ ନେବେ। ରାଜନୀତିରେ ସେମିତି ମନ ଫଟାଫଟି ହୁଏ । ତେବେ ଏନେଇ ବସନ୍ତ ବିଶ୍ୱାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Paradip BJD Infighting
Advertisment
Advertisment