Advertisment

ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।

author-image
Satyendu Shekher Mishra
Assembly

Assembly

ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନୂଆ ବିଜେପି ସରକାରର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି। ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ ଚାଲିଥିଲା। ତେବେ ମୋଟ୍ ୨୫ଟି କାର୍ଯ୍ୟ ଦିବସ ସହ ସରିଲା ଅଧିବେଶନ। ଏହି ଅଧିବେଶନରେ ମାତ୍ର ଦୁଇଟି ବିଲ ପାରିତ ହୋଇଛି। ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।

Advertisment

ଅଧିବେଶନ ସରିବା ପୂର୍ବରୁ କଂଗ୍ରେସ, ବିଜେଡି ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିଲା ହଟ୍ଟଗୋଳ। ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୩ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟ ହଟ୍ଟଗୋଳ କରିଥିଲେ ଗୃହ ଭିତରେ। ଏପରିକି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି ସହ ହଟ୍ଟଗୋଳ କରିଥିଲେ ବିରୋଧୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି,ବିଜେଡି ବିଧାୟକ ଧ୍ରୁବ ସାହୁ, ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ତେବେ ଏନେଇ ଶାସକ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

BJD BJP Congress Odisha Politics
Advertisment
Advertisment