Advertisment

ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ?

ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJD

BJD

ଗତ ନିର୍ବାଚନବେଳେ ଆସନ ଅଦଳବଦଳ ନେଇ ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ? କାରଣ ଉମା ସାମନ୍ତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇଛି। ଦଳର ଛାମୁଆ କର୍ମୀ ଏବଂ ନେତାଙ୍କ ସହ ଆଲୋଚନା ପରେ ନବୀନ ସତ୍ୟବାଦୀ ଦାୟିତ୍ବ ଉମା ସାମନ୍ତରାୟଙ୍କୁ ଦେଇଛନ୍ତି । 

Advertisment

ସେହିପରି ବ୍ରହ୍ମଗିରି ଦାୟିତ୍ବ ନେବେ ସଞ୍ଜୟ ଦାସବର୍ମା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏବେ ବି ଏକାଠି ଅଛୁ, ଆମ ଭିତରେ କୌଣସି କଳି ନାହିଁ। ଲୋକଙ୍କ ମତ ଏବଂ ମୋ ନେତାଙ୍କ ନିଷ୍ପତ୍ତି ହିଁ ସର୍ବଶେଷ୍ଠ  ନିଷ୍ପତ୍ତି। ଏବେ ମୁଁ ମୋ ଜନ୍ମସ୍ଥାନକୁ ଫେରିଆସିଛି, ପୂର୍ବଭଳି ସତ୍ୟବାଦୀ ଲୋକଙ୍କ ସେବା କରିବି ବୋଲି ସେ କହିଛନ୍ତି । 

ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା । ତେବେ ଏହି ନିଷ୍ପତ୍ତି ସଂପର୍କରେ କିନ୍ତୁ ସଞ୍ଜୟ ଦାସବର୍ମାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେପି ଛାଡି ବିଜେଡିରେ ମିଶିଥିବା ୧୪ ଜଣ ନେତା। ଏହି ନେତାମାନେ ସମସ୍ତେ ନିର୍ବାଚନ ସମୟରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ କାହିଁକି ସେମାନେ ନବୀନଙ୍କୁ ଭେଟିଛନ୍ତି ଏବଂ ଏହି ଭେଟଘାଟ ପଛର କାରଣ କଣ, ତାହା ଜଣାପଡିନାହିଁ। 

ଏମାନଙ୍କ ମଧ୍ୟରେ ଭୃଗୁ ବକ୍ସିପାତ୍ର, ରାଧାରାଣୀ ପଣ୍ଡା, ରମାରଂଜନ ବଳିୟାର ସିଂ ଏବଂ ଇରାନୀ ରାୟ ପ୍ରମୁଖ ଅଛନ୍ତି। ସେହିପରି ସତ୍ୟବାଦୀ  ଓ ମହାକାଳପଡାର କିଛି ଜିଲ୍ଲାପରିଷଦ, ସରପଂଚ ଓ ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ ନବୀନଙ୍କୁ ଭେଟିଛନ୍ତି। 

BJD Politics
Advertisment
Advertisment