Advertisment

ଡାହା ମିଛ ଥିଲା କି ବିଜେଡି ସରକାରର ୫୭ ନୂଆ NAC ଘୋଷଣା ?

ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

author-image
Satyendu Shekher Mishra
undefined

Odisha Politics

ଡାହାମିଛ ଥିଲା ବିଜେଡିର ନୂଆ ଏନଏସି ଘୋଷଣା। ନିର୍ବାଚନ ପୂର୍ବରୁ ଦେଖାଇଥିଲେ ସ୍ୱପ୍ନ, ଧରାଇଥିଲେ ଲଲିପପ୍ ! ପ୍ରକ୍ରିୟା ନକରି ଭୋଟ୍ ଚକ୍କରରେ କରିଥିଲେ ଘୋଷଣା। ବିଧାନସଭାରେ ଏହି ମିଛର ପୋଲ୍ ଖୋଲିଛନ୍ତି ନିଜେ ନଗର ଉନ୍ନୟନ ମନ୍ତ୍ରୀ। କହିଛନ୍ତି ପୂର୍ବ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଦେଇଥିଲେ। ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ, କି ନୂଆ ସରକାରକୁ ସେଭଳି କିଛି ବିଧିବଦ୍ଧ ପ୍ରସ୍ତାବ ମିଳିନାହିଁ।

Advertisment

କେବଳ ନୂଆ ଏନ୍ଏସି ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ତତକାଳୀନ ବିଜେଡି ସରକାର। ହେଲେ ଏବେ ସୁଦ୍ଧା ସେନେଇ ମଧ୍ୟ ଜିଲ୍ଲପାଳମାନଙ୍କଠାରୁ କୌଣସି ପ୍ରତିଉତ୍ତର ମିଳିନାହିଁ। ମନ୍ତ୍ରୀଙ୍କ ଏହି ଉତ୍ତରେ ପରେ ଗୃହରେ ଦେଖିବାକୁ ମିଳିଥିଲା ଉଦବେଗ। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଘୋଷଣା ହୋଇଥିବା ଅଞ୍ଚଳକୁ ଏନଏସି ପାଇଁ ବିଧାୟକମାନେ ଦାବି କରିବା ପରେ ଏନେଇ ଜିଲ୍ଲାପାଳମାନଙ୍କୁ ଆଉ ଥରେ ଚିଠି ଲେଖି ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ବିଜେଡି କିନ୍ତୁ ମନ୍ତ୍ରୀଙ୍କ ଉତ୍ତରକୁ ଅସତ୍ୟ ବୋଲି କହିଛି। କଂଗ୍ରେସର ଦାବି ପୂର୍ବ ସରକାରର ଘୋଷଣା କରିଥିବାରୁ ନୂଆ ସରକାର କାର୍ଯ୍ୟକାରୀ କରିବା ଉଚିତ ।

ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀ ଓ ମାର୍ଚ୍ଚରେ ପର୍ଯ୍ୟାୟ କ୍ରମେ ନୂଆ ପୌରାଞ୍ଚଳ ତାଲିକା ଘୋଷଣା କରିଥିଲେ ସରକାର। ୨୩ଟି ଜିଲ୍ଲାର ୫୭ଟି ଅଞ୍ଚଳକୁ କରିଥିଲେ ଏନଏସି ଘୋଷଣା। ଆଉ ଏହି ଘୋଷଣା ପରେ ବଂଚିତ ହୋଇଥିବା ଅନେକ ସ୍ଥାନରେ ଏନଏସି ଦାବିରେ ନିଆଁ ଜଳିଥିଲା।

Advertisment

ତେବେ ପଦ୍ମପୁର ଉପନିର୍ବାଚନ ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜେ ନିର୍ବାଚନୀ ମଞ୍ଚରେ ପାଇକମାଳକୁ ଏନଏସି ପାଇଁ ଘୋଷଣା କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ କରୁଛି ପାଇକମାଳ ପାଇଁ ବି ବିଧିବଦ୍ଧ ପ୍ରସ୍ତାବ ନାହିଁ। ଏହା ବାଦ୍ ଆଉ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ବିଧାୟକ ଏବଂ ଲୋକଙ୍କର ପ୍ରସ୍ତାବ ଅନୁସାରେ ଆଉ ୧୮ଟି ଅଞ୍ଚଳକୁ ଏନଏସି ପାଇଁ ପ୍ରସ୍ତାବ ରହିଛି। ବିଧାନସଭାରୁ ଏହି ତଥ୍ୟ ଆସିବା ପରେ ତାତିଛନ୍ତି ଏନଏସି ଆଶା ଆଉ ଅପେକ୍ଷାରେ ଥିବା ବାସିନ୍ଦାମାନେ।

ଏବେ ରାଜ୍ୟରେ ୫ଟି ମହାନଗର ନିଗମ, ୪୮ଟି ମୁନିସିପାଲିଟି ଏବଂ ୬୨ଟି ଏନଏସି ରହିଛି । ଦେଖିବାର କଥା ବିଜେଡି ସରକାର ଘୋଷଣା କରିଥିବା ଅଞ୍ଚଳକୁ ନୂଆ ସରକାର କାର୍ଯ୍ୟକାରୀ କରୁଛନ୍ତି ନା ନାହିଁ।

BJD BJP Congress Odisha Politics
Advertisment
Advertisment