• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ । ସେମାନେ ଗତ ସରକାର ସମୟରେ ମହିଳାଙ୍କୁ ଛଳ କରିଛନ୍ତି । ମହିଳାମାନେ ତାଙ୍କ ଶାସନକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ବହୁମତ ସମର୍ଥନ କରିଛନ୍ତି । ଏହା କହିଛନ୍ତି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି । ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । ଏହା ଭୋଟ ବ୍ୟାଙ୍କର କଥା ନୁହେଁ ଜନଭାବନାର କଥା । ଓଡ଼ିଶାର ଭଉଣୀ ମାନେ ପୂରା ଉତ୍ସାହିତ ଅଛନ୍ତି। ଯେତିକି ହିତାଧିକାରୀ କହିଥିଲୁ ସେତିକି ହିତାଧିକାରୀଙ୍କୁ ନିଶ୍ଚିତ ଭାବେ ସାମିଲ କରାଯିବ । ଜନ୍ମଦିନରେ ଓଡ଼ିଶାର ମାଆ ଭଉଣୀଙ୍କ ଆଶୀର୍ବାଦ ନେବାକୁ ପ୍ରଧାନମନ୍ତ୍ରୀ ଆସୁଥିବା କହିଛନ୍ତି ଲତା ।

ଅଧିକ ପଢ଼ନ୍ତୁ: ବବି-ପାଣ୍ଡିଆନ୍‌ ଥିଲେ ବିଜେଡିର ଦୁଇ ନୟନ; ବିଜେପିର କିଏ ?

ତେବେ ବିଜେଡି କହିଛି, ବିଜେପି ମନେ ମନେ ଭାବୁଛି ମହିଳା ଭୋଟ ତାଙ୍କ ପଟକୁ ଗଲାଣି ବୋଲି। ମହିଳାମାନଙ୍କ ସମର୍ଥନ ସବୁବେଳେ ନବୀନ ବାବୁଙ୍କ ସହିତ ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

ସେପଟେ ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଶୁଭାରମ୍ଭ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ଟି ସେଡ୍‌ କରାଯାଇଛି । ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା, ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ବ୍ୟବସ୍ଥା ହୋଇଛି ।

ସଭାସ୍ଥଳରେ ସମସ୍ତଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍ୱତନ୍ତ୍ର ବସିବା ସ୍ଥାନ । ସଭାସ୍ଥଳରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୋଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି । ୪ଟି ସେଡ୍‌ ଭିତରୁ ପ୍ରତି ସେଡରେ ୧୦ରୁ ଅଧିକ ଏଲଇଡି ଲଗାଯାଇଛି । ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି । ସାଧାରଣ ଦର୍ଶକ ବା ହିତାଧିକାରି ପ୍ରବେଶ ପାଇଁ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ: ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି, ଦୁଇଦିନ ତଳେ ନେତାଙ୍କୁ ଡାକି ବୁଝାଇଥିଲେ ସୁପ୍ରିମୋ

OTV is now on Whatsapp

Join and get latest news update delivered to you via whatsapp

Join Now