ଛାତ୍ର ରାଜନୀତିରୁ କାଉନସିଲର..ସାତସାତ ଥରର ବିଧାୟକ । ପୂରା ଦକ୍ଷିଣ ଓଡ଼ିଶାରେ ଥିଲା ତାଙ୍କର ଦବଦବା..ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ ସମର୍ଥକ
ବର୍ଷିୟାନ୍ ନେତା । କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି । ସୂର୍ଯ୍ୟଙ୍କ ଅନ୍ତିମ ବିଦାୟ ଦେଖିବାକୁ ଉପସ୍ଥିତ ଥିଲେ ଶହଶହ ଲୋକ
ବିଜେପିର ଟାର୍ଗେଟ୍ । କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍ ଜିତିବା । ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା
କୁସୁମ ଟେଟେ ଆହୁରି ମଧ୍ୟ ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା
ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେଥିପାଇଁ ରୋଡ୍ ମ୍ୟାପ୍ ଉପରେ ଦଳର କୋର୍ ଟିମ୍ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା ।
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି । ୨୪ ପାଇଁ ଚ୍ୟାଲେଞ୍ଜ ପାଲଟିବ ବଢୁଥିବା ଗୋଷ୍ଠୀ କନ୍ଦଳ ।
ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ।
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।
ଗଂଜାମ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ପ୍ରବାସୀ କାର୍ଯ୍ୟକ୍ରମରେ ୩ ଜିଲ୍ଲା ଗସ୍ତ କରିବେ ନିତ୍ୟାନନ୍ଦ ରାୟ
ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି, ଉଦୟନିଧି ଷ୍ଟାଲିନଙ୍କ ନାଁରେ ଦିଲ୍ଲୀ ପୋଲିସରେ ଏତଲା
ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ । ବିଭିନ୍ନ ଦଳର ନେତାଙ୍କ ସହ ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ । ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୟାପଲ୍ଲୀ ଘରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ବିଚକ୍ଷଣ ରାଜନେତା ।
ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।
ଚର୍ଚ୍ଚାରେ 5T ସଚିବଙ୍କ ଚପର ବୁଲା । ସରକାରୀ ଗସ୍ତ ଆଳରେ ୬ ମାସରେ ୭୫ ଥର ଚପରରେ ଉଡ଼ିଛନ୍ତି ସଚିବ। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି।
ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବି ଚପର ବ୍ୟବହାରର ସାଂଘାତିକ ଅଭିଯୋଗ । ସରକାରୀ ଗସ୍ତ ନାଁରେ ରାଜନୈତିକ ସଭା କରି ସାରା ରାଜ୍ୟ ବୁଲିଦେଲେ ସଚିବ ।
ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’
ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା ଭିତରେ ବିଜେଡ଼ିରୁ ଯେଭଳି ବହିଷ୍କାର କରାଗଲା, ତାକୁ ନେଇ ଏବେ ତୀବ୍ର ହୋଇଛି ବିବାଦ। ଅପରପକ୍ଷେ ପୁରୀରେ କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ହୋଇଥିଲେ ବିଜେଡ଼ିର ୨ ଗୋଷ୍ଠୀ । ଯେଉଁଠି ସୁପ୍ରିମୋ ନବୀନଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା ।
ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ ।
ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି କି ସରକାରୀ ଅଧିକାରୀ ? ଦଳୀୟ ଭିତ୍ତିରେ ହେଉଛି କି ପ୍ରକଳ୍ପ ଚୟନ ?
ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।
‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।