Advertisment

5T ସଚିବଙ୍କ ଚପର୍ ବୁଲାକୁ ନେଇ ବିବାଦ, ୬ମାସରେ ୭୫ଥର ହେଲିକପ୍ଟର ଗସ୍ତ

ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବି ଚପର ବ୍ୟବହାରର ସାଂଘାତିକ ଅଭିଯୋଗ । ସରକାରୀ ଗସ୍ତ ନାଁରେ ରାଜନୈତିକ ସଭା କରି ସାରା ରାଜ୍ୟ ବୁଲିଦେଲେ ସଚିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

5T Secretary’s helicopter visits

ଚର୍ଚ୍ଚାରେ 5T ସଚିବଙ୍କ ଚପର ବୁଲା । ସରକାରୀ ଗସ୍ତ ଆଳରେ ୬ ମାସରେ ୭୫ ଥର ଚପରରେ ଉଡ଼ିଛନ୍ତି ସଚିବ। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। କେବଳ ସେତିକି ନୁହେଁ, ସରକାରୀ କାର୍ଯ୍ୟକ୍ରମ ନଥାଇ ବିବିଜେଡି ବିଧାୟକଙ୍କ ବାହାଘର କାର୍ଯ୍ୟକ୍ରମରେ ସଚିବଙ୍କ ହେଲିକପ୍ଟର ବ୍ୟବହାରର ଅଭିଯୋଗ ଆଣିଛି ଦଳ। ଅନ୍ୟପଟେ ପାଣ୍ଡିଆନଙ୍କୁ ଜିଲ୍ଲା ଗସ୍ତ ଶେଷ ପରେ ଏହାକୁ ବିଜେଡିର ପ୍ରଚାର କହି ବି ବର୍ଷିଛନ୍ତି ବିରୋଧୀ। ଯାହାର ଜବାବ ରଖିଛି ବିଜେଡି।.....

Advertisment

ଅଭିଯୋଗ କରିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, କେବଳ ଜାନୁଆରୀ ପହିଲାରୁ ଜୁନ୍ 29 ତାରିଖ ଭିତରେ ଫାଇଭ୍-ଟି ସଚିବ ହେଲିକପ୍ଟରରେ ୭୫ ଥର ଗସ୍ତ କରିଛନ୍ତି । ଏମିତିକି ସରକାରୀ କାର୍ଯ୍ୟକ୍ରମ ନଥାଇ ସଚିବ, ବିଜେଡି ବିଧାୟକ ମୁକେଶ ପାଲଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ପାରିବାରିକ କାର୍ଯ୍ୟରେ ଯୋଗ ଦେଇଥିବାର ଅଭିଯୋଗ ଆଣିଛି ଦଳ। ଖାଲି ସେତିକି ନୁହେଁ, ପାଣ୍ଡିଆନଙ୍କ ଗସ୍ତରେ ପାଞ୍ଚଶହ କୋଟି ଖର୍ଚ୍ଚର ଅଭିଯୋଗ କରି ଆଗକୁ ଯଦି ଏଭଳି ଗସ୍ତ ଜାରି ହୁଏ ତାହେଲେ ହଜାରେ କୋଟି ଖର୍ଚ୍ଚ ହେବ ବୋଲି ବିଜେପି କହିଛି।

ସେପଟେ ଫାଇଭ-ଟି ସଚିବଙ୍କ ଗସ୍ତ ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ସ୍ଥିତି। ବିଜେଡିରେ ତେଜୁଛି ଅସନ୍ତୋଷ। କଂଗ୍ରେସ କହିଛି ଫାଇଭ ଟି ସଚିବ ସବୁ ଜିଲ୍ଲାରେ ବିଜେଡିର ପ୍ରଚାର ସାରିଦେଲେଣି। ତେଣୁ ଟିକେଟ୍ ଆଶାୟୀ ଓ ସଚିବଙ୍କ ଦ୍ୱାରା ଅସମ୍ମାନିତ ବୋଧ କରୁଥିବା ନେତାଙ୍କ ଭିତରେ ଅସନ୍ତୋଷ ବଢୁଥିବ ବୋଲି କହିଛନ୍ତି ନରସିଂହ।

Advertisment

ସେପଟେ ବିଜେପି ମଧ୍ୟ ଫାଇଭ୍ ଟି ସଚିବ ନିର୍ବାଚନ ପ୍ରଚାରରେ ବୁଲୁଥିବା ଏବଂ ଜନପ୍ରତିନିଧିଙ୍କୁ ଅପମାନିତ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି। ଯାହାର ଜବାବ ରଖିଛି ବିଜେଡି।...

ବହୁ ବାଦ ବିବାଦ ଓ ବିରୋଧ ଭିତରେ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିବା 5T ସଚିବଙ୍କ ଜିଲ୍ଲା ଗସ୍ତ ଶେଷ ହୋଇଛି। ହେଲେ ସଚିବଙ୍କ ଗସ୍ତ ପରେ ସବୁ ଜିଲ୍ଲାରେ ବିଜେଡିରେ ତେଜୁଥିବା ଗୋଷ୍ଠୀକନ୍ଦଳ ଆଗକୁ ବିସ୍ଫୋରକ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି।...

5T Secretary
Advertisment
Advertisment