Advertisment

ଜୋର୍‌ ଧରୁଛି ଆଗୁଆ ନିର୍ବାଚନ ଚର୍ଚ୍ଚା ! ଏକକ ନିର୍ବାଚନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।

author-image
Manoranjan Behera
ଅଦ୍ୟତନ ହୋଇଛି
One nation one election

One nation one election

ବହୁ ପ୍ରତୀକ୍ଷିତ ୱାନ୍ ନେସନ୍, ୱାନ୍ ଇଲେକସନ ବା ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ପାଦେ ଆଗକୁ ବଢ଼ିଲା କେନ୍ଦ୍ର । ଏନେଇ କେନ୍ଦ୍ର ସରକାର ପକ୍ଷରୁ ଏକ କମିଟି ଗଠନ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ ରଖାଯାଇଛି । ଏ ସମ୍ପର୍କିତ ବିଲକୁ ତୁରନ୍ତ ଆଗତ ପାଇଁ ଏହି କମିଟି ପଦକ୍ଷେପ ନେବ । 

Advertisment

ଏଥିସହ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି କିଭଳି ବିଲକୁ ସୁରୁଖୁରୁରେ ପାରିତ କରାଯିବ ସେ ନେଇ ବିସ୍ତୃତ  ଆଲୋଚନା କରିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ରସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ସେପ୍ଟେମ୍ବର  ୧୮ ରୁ ଆରମ୍ଭ ହେବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ମାତ୍ର ୫ ଦିନ ପାଇଁ ଡକାଯାଇଛି ଏହି ଅଧିବେଶନ ।

Advertisment

କିନ୍ତୁ ଏହି ସ୍ୱତନ୍ତ୍ର ଅଧିବେଶରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ । ନରେନ୍ଦ୍ରମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ସମୟରେ ୱାନ ନେସନ୍, ୱାନ ଇଲେକସନ୍ ସପକ୍ଷରେ ଦୃଢ ମତ ରଖୁଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣବିଧି ଲାଗୁ ହେଉଛି । ଏଥିଯୋଗୁଁ ବିକାଶ ପ୍ରକ୍ରିୟା ପ୍ରଭାବିତ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

୧୯୬୭ ମସିହା ପର୍ଯ୍ୟନ୍ତ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା । କିନ୍ତୁ କିଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁହେବା ପରେ ଏହି ପ୍ରକ୍ରିୟା ଭଙ୍ଗ ହୋଇଥିଲା ।

One Nation-one Election Ramnath Kovind
Advertisment
Advertisment