Advertisment

‘ସନାତନ ଧର୍ମ ଡେଙ୍ଗୁ ଓ ମ୍ୟାଲେରିଆ ପରି’ ! ବୟାନ ଦେଇ ଫସିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି

ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି, ଉଦୟନିଧି ଷ୍ଟାଲିନଙ୍କ ନାଁରେ ଦିଲ୍ଲୀ ପୋଲିସରେ ଏତଲା

author-image
Prangyan Parimita
Udhayanidhi Stalin

Udhayanidhi Stalin

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ହଟାଇ ଦେବା ନେଇ ସେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ ଉଦୟନିଧି ଷ୍ଟାଲିନ ।

Advertisment

ନିଜ ବୟାନ ଉପରେ କାୟମ ରହିବା ସହ ଏଥିପାଇଁ ଯେକୌଣସି ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏନେଇ ଉଦୟନିଧି ଷ୍ଟାଲିନଙ୍କ ନାଁରେ ଦିଲ୍ଲୀ ପୋଲିସରେ ଏତଲା ଦେଇଛନ୍ତି ଜଣେ ସୁପ୍ରିମକୋର୍ଟ ଓକିଲ । ଏହି ବୟାନ ଦ୍ୱାରା ଧାର୍ମିକ ଭାବନା ଆହତ ହୋଇଥିବା ଏତଲାରେ ଦର୍ଶାଇଛନ୍ତି ।

ସେପଟେ ଉଦୟନିଧିଙ୍କ ବୟାନ ପରେ ତେଜିଛି ରାଜନୀତି । ବିଜେପି ଏଭଳି ବୟାନକୁ ନିନ୍ଦା କରିବା ସହ କଂଗ୍ରେସ ଓ INDIA ମେଣ୍ଟ ଏନେଇ ନିଜ ମତ ରଖିବାକୁ ଦାବି କରିଛି ବିଜେପି । କଂଗ୍ରେସ କହିଛି ଏଭଳି ମନ୍ତବ୍ୟ ଦେବା ଭୁଲ । ଅନ୍ୟପଟେ ଡିଏମକେ କହିଛି ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାନ କରାଯାଉଛି ।

Advertisment
M K Stalin
Advertisment
Advertisment