/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693735425.jpg)
Nityanand Rai
ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରାଷ୍ଟ୍ର ଗୃହ ମନ୍ତ୍ରୀ ନିତ୍ୟାନନ୍ଦ ରାୟ। ପ୍ରବାସୀ କାର୍ଯ୍ୟକ୍ରମରେ ଆଜି ଏବଂ ଆସନ୍ତାକାଲି ୩ ଜିଲ୍ଲା ଗସ୍ତ କରିବେ। ଆଜି ଢେଙ୍କାନାଳ ଓ ଆସନ୍ତାକାଲି କଟକ ଏବଂ କେନ୍ଦ୍ରାପଡ଼ା ଯାଇ ପ୍ରବାସୀ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ।
Advertisment
ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି ନିତ୍ୟାନନ୍ଦ । ମୁମ୍ବାଇ ବୈଠକ ନେଇ ଟାର୍ଗେଟ କରି କହିଛନ୍ତି ପରିବାରବାଦ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ରାଜନୀତିର ଏହା ମେଣ୍ଟ। ସେମାନେ ଯେତେ ସମ୍ମିଳନୀ କରିବା କଥା କରନ୍ତୁ ଏପଟେ ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି ।
ତେବେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)