Advertisment

ହଠାତ୍‌ ମାଡି ଆସିଲା ୩୦୦ଫୁଟ୍ ଉଚ୍ଚର ଧୂଳିଝଡ

ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶରେ ଦେଖାଦେଇଛି ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ ଅଧିକ ଦୂରରେ ଥିବା ଜିନିଷକୁ ଦେଖିବା କଷ୍ଟକର ହୋଇପଡିଥିଲା।

author-image
Minati Mishra
ଅଦ୍ୟତନ ହୋଇଛି
ହଠାତ୍‌ ମାଡି ଆସିଲା ୩୦୦ଫୁଟ୍ ଉଚ୍ଚର ଧୂଳିଝଡ

sand storm in china

ବେଜିଂ:ଚଳପ୍ରଚଳ ସ୍ୱାଭାବିକ ଭାବେ ଚାଲିଥିଲା। ହଠାତ୍‌ ମାଡି ଆସିଲା ଧୂଳି। ଆଖି ସାମ୍ନାରେ ସବୁ କିଛି ଅଦୃଶ୍ୟ ହୋଇଗଲା। ଏମିତି ଏକ ସ୍ଥିତିର ସମ୍ମୁଖୀନ ହୋଇଥିଲେ  ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶର ଲୋକେ। ହଠାତ ଏଇ ସହରରେ ଦେଖାଦେଇଥିଲା ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ ଅଧିକ ଦୂରରେ ଥିବା ଜିନିଷକୁ ଦେଖିବା କଷ୍ଟକର ହୋଇପଡିଥିଲା। ଆଗକୁ ଯିବା ସମ୍ଭବ ନ ଥିଲା। ଯିଏ ଯେଉଠି ଥିଲେ, ସମସ୍ତେ ସେହିଠାରେ ଅଟକି ଯାଇଥିଲେ। ପରିସ୍ଥିତିକୁ ଦେଖି ପୋଲିସ ପକ୍ଷରୁ ରାସ୍ତାରେ ଗାଡିମଟର ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲ।

Advertisment

 ଅନେକ ରାସ୍ତାକୁ ସିଲ କରି ଦିଆଯାଇଥିଲା । ନିକଟସ୍ଥ ଗୋବି ମରୁଭୂମିରେ ହୋଇଥିବା ଏହି ବାଲି ଝଡ ଯୋଗୁଁ ଡୁନ୍ ହୁଆଙ୍ଗ ପ୍ରଦେଶ ପ୍ରଭାବିତ ହୋଇଛି।ଏବିସି ନିଉଜରୁ ମିଳିଥିବା ତଥ୍ୟ ଅନୁଯାୟୀ, ଧୂଳିଝଡ଼ ସମୟରେ ଆକାଶ ହଳିଦିଆ ହୋଇଗଲା। ୫ ମିଟର ଦୂରର ଜିନିଷ ବି ଦେଖା ଯାଉ ନ ଥିଲା। ସ୍ଥାନୀୟ ଟ୍ରାଫିକ ପୋଲିସ ଟୋଲ ଗେଟରେ ଟ୍ରାଫିକ କଣ୍ଟ୍ରୋଲ ଲଗାଇ ଦେଲେ। ଗୋବି ମରଭୂମି ନିକଟରେ ଥିବା ଏଇ ସହରରେ ଧୂଳିଝଡ ଭୟଙ୍କର ରୂପ ନେଇଥିଲା। ଏହି ଘଟଣାର ଭିଡିଓ ସୋଶାଲ  ମିଡିଆରେ ବେଶ୍‌ ଭାଇରାଲ ହୋଇଛି। 

ଏହା ପୂର୍ବରୁ ଗତ ମେ’ ମାସରେ ଚୀନର ରାଜଧାନୀ ବେଜିଂରେ ଏମିତି ଧୂଳି ଝଡ଼ ହୋଇଥିଲା।ଚାଇନା ସେଣ୍ଟାଲ ଟେଲିଭିଜନ ପକ୍ଷରୁ ଏହି ଘଟଣାର ଭିଡିଓ ସେୟାର କରାଯାଇଛି। ଧୂଳି ଝଡ଼ ଯୋଗୁ ରାଜଧାନୀର ଦୁଇଟି ପ୍ରମୁଖ ବିମାନବନ୍ଦରରେ ୪୦୦ରୁ ଅଧିକ ଉଡାନକୁ ରଦ୍ଦ କରି ଦିଆଯାଇଛି।ତେବେ ଗୋବି ମରୁଭୂମିର ନିକଟରେ ଥିବାରୁ ବେଜିଂରେ ସାଧାରଣତଃ ମାର୍ଚ୍ଚ ଓ ଏପ୍ରିଲରେ ଧୂଳିଝଡ଼ ହୋଇଥାଏ। 

Advertisment

ଏହି ସମସ୍ୟାର ସମାଧାନ ପାଇଁ ଚୀନ ଗଛଲଗାଇ ଏକ ବିରାଟ ପ୍ରାଚୀର ତିଆରି କରିଛି ଯାହାକୁ ଗ୍ରେଟ ଗ୍ରୀନ ୱାଲ କୁହାଯାଉଛି। ଏହାଦ୍ୱାରା ଉଡି ଆସୁଥିବା ଧୂଳିକୁ ରୋକା ଯାଇ ପାରିବ। 

ଏଠି କହିରଖିବୁ, ଗତକାଲି ଆମେରିକାର ୟୁଟାରେ ମଧ୍ୟ ଏପରି ଭୟଙ୍କର ଧୂଳିଝଡ଼ ଆସିଥିଲା।  ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍‌ଗୁଡିକ ପରସ୍ପର ଧକ୍କା ହୋଇଥିଲେ।

Sand Storm China Sand Storn
Advertisment
Advertisment