/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740836563.jpg)
Odisha Weather Update
ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି । ସକାଳୁ ସକାଳୁ ଉପରମୁହାଁ ହେଉଛି ପାରଦ । ଝାରସୁଗୁଡ଼ାରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି । ଆଜି ଝାରସୁଗୁଡ଼ା ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ରାଜ୍ୟରେ ପାରଦ ୩୮ ଟପିଛି । ସେହିଭଳି ସମ୍ବଲପୁର ତାପମାତ୍ରା ୩୬.୮ ଡିଗ୍ରୀ ରହିଛି। ତେବେ ମାର୍ଚ୍ଚରୁ ମେ’ ମାସ ଯାଏଁ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ।
କେବଳ ମାର୍ଚ୍ଚରେ ୨ରୁ ୩ ଦିନ ପର୍ଯ୍ୟନ୍ତ ହିଟ୍ ଓ୍ୱେଭ ଜାରି ରହିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅସ୍ବାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ପାରଦ । କାଲି ଅପେକ୍ଷା ଆଜି ଅଧିକ ତାତି ଅନୁଭବ ହେଉଛି ।
ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ତେବେ ମାର୍ଚ୍ଚରୁ ମେ ଯାଏଁ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ।
ସୂଚନାଯୋଗ୍ୟ, ସାଧାରଣତଃ ଫେବ୍ରୁଆରୀ ମାସ ବେଳକୁ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି । ଶୀତ ଉଭାନ ହୋଇଯାଇଥିବା ବେଳେ ଫେବ୍ରୁଆରୀ ଶେଷ ହେଉ ହେଉ ତାପମାତ୍ରା ବୃଦ୍ଧି ପାଇଛି । ଏବେଠୁ ଖରାର ପ୍ରକୋପ ଦେଖି ଆଗକୁ ତାତି ବଢ଼ିବ ବୋଲି ଲୋକଙ୍କ ମନରେ ଛନକା ପଶିଲାଣି ।
ଅପରପକ୍ଷେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ସହ ଖରାରେ ବାହାରକୁ ଯିବା ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)