ତେଲ କୂଅରୁ ସରି ସରି ଆସୁଛି ଇନ୍ଧନ । ସେଥିପାଇଁ ବଢ଼ି ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ, ଡିଜେଲ ଦର ଯେପରି ଆକାଶ ଛୁଆଁ ହେଉଛି, ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଗାଡ଼ିମୋଟର ବଢୁଥିବାରୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି । ଏଭଳି ସ୍ଥିତିରେ ଇନ୍ଧନର ନୂଆ ବିକଳ୍ପ ଉଦ୍ଭାବନ କରିଛନ୍ତି କେରଳର ଜଣେ ପଶୁ ଡାକ୍ତର।
ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି। ଭୂମିକମ୍ପ ଯୋଗୁଁ ଘରଦ୍ୱାର ଥରି ଉଠିଥିଲା ଓ ଜିନିଷପତ୍ର ଖସି ପଡ଼ିଥିଲା। ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ବାହାରି ଆସିଥିଲେ। ଭାରତୀୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ୪ ଜଣ ଲୋକ ଦେଶକୁ ଶାସନ କରୁଛନ୍ତି ବୋଲି କହି ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ରାହୁଲ ଗାନ୍ଧି। ଆଜି ଲୋକସଭାରେ କୃଷକ ଆନ୍ଦୋଳନ ଘଟଣା ଉଠାଇବା ବେଳେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏଭଳି ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଂସଦରେ ରାହୁଲ କହିଛନ୍ତି “ଫ୍ୟାମିଲି […]
କୋଲକାତା: କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଶରେ ଲାଗୁ ହେବ ବିବାଦୀୟ ନାଗରିକ ସଂଶୋଧନ ଆଇନ୍ ବା ସିଏଏ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ। ଆଜି ପଶ୍ଚିମବଙ୍ଗର ଠାକୁରନଗରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଏପରି କହିଛନ୍ତି ଶାହ। ଆଗକୁ ବେଙ୍ଗଲରେ ବିଧାନସଭା ନିର୍ବାଚନ ଥିବାରୁ ଦିଦିଙ୍କ ଗଡ଼ ହତେଇବାକୁ ଜୋର୍ଦାର ଉଦ୍ୟମ କରିଛି ବିଜେପି। ଏନେଇ ଆଜି ଠାକୁରନଗର ବିଜେପି ଆୟୋଜିତ ଏକ ସଭାରେ ଯୋଗ ଦେଇ […]
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ […]
ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ ରାୱତ। ବିପର୍ଯ୍ୟୟର କାରଣ ନେଇ ସେନା ଆଇଟିବିପି(ଇଣ୍ଡୋ ତବ୍ବତାନ ବର୍ଡର ପୋଲିସ)ଯବାନ ଓ ଇସ୍ରୋ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଉତ୍ତରାଖଣ୍ଡ […]
ନୂଆଦିଲ୍ଲୀ: ଅନ୍ଲାଇନ୍ ଠକାମୀରେ ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍ଲାଇନ୍ରେ ବିକ୍ରି କରୁଥିବା ବେଳେ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ ବୋଲି ନିଜକୁ ପରିଚୟ ଦେଇଥିଲା। ପରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଟଙ୍କା ହର୍ଷିତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଇଥିଲା। ଏହାପରେ ହର୍ଷିତାଙ୍କୁ କୋଡ୍ ସ୍କାନ୍ କରିବାକୁ କହିଥିଲା। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଆସୁଛି ଧମକ୍ପୂର୍ଣ୍ଣ କଲ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଧମକ୍ପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ କରିଛି କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭା ଭାଷଣ ବିରୋଧରେ ସାମ୍ବାଦିକଙ୍କ ସାମ୍ନାର ନିଜ ବିଚାର ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଏହାର କିଛି ସମୟ ପରେ ଖଡ଼ଗେଙ୍କ ପାଖକୁ ଧମକପୂର୍ଣ୍ଣ କଲ୍ ଆସିଥିଲା ବୋଲି କଂଗ୍ରେସ କହିଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ କଂଗ୍ରେସ ନେତାମାନେ ସମାଲୋଚନା କରିବାରୁ ବ୍ୟକ୍ତିଜଣକ […]
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଜାରି ରହିଥିବା ବେଳେ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ହେଲେ ଏବେ ବି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି। ସେହିପରି ମୋଟ ୧,୦୫,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥ […]
ମୁମ୍ବାଇ: କୃଷକ ଆନ୍ଦୋଳନ ଉପରେ କ୍ରିକେଟର୍ ଓ ସିନେ ଷ୍ଟାର ଟ୍ୱିଟ୍ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିମାନେ ଚାପରେ ପଡ଼ି ଟ୍ୱିଟ୍ କରିଛନ୍ତି କି ନିଜ ଇଚ୍ଛାରେ ସେମାନେ ଟ୍ୱିଟ୍ କରିଛନ୍ତି ସେନେଇ ତଦନ୍ତ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ କ୍ରିକେଟର ସଚିନ ତେନ୍ଦୁଲକର, ଆକ୍ଟର ଅକ୍ଷୟ କୁମାର, ଏବଂ ସାଇନା ନେହୱାଲଙ୍କ ଭଳି କ୍ରୀଡ଼ା […]
କୋଲକାତା: ଆଗକୁ ନିର୍ବାଚନ ଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଦରୀ ନଗରି ହଳଦିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୋଦି ପଶ୍ଚିମବଙ୍ଗର ଟିଏମ୍ସି ସରକାରକୁ ବାମ ମେଣ୍ଟ ସରକାରର ଦ୍ୱିତୀୟ ସଂସ୍କରଣ ବୋଲି କହିଛନ୍ତି। ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗରେ ବାମବାଦ ପୁନର୍ଜନ୍ମ ନେଇଛି। ଏଠାରେ ରାଜନୀତିର ଅପରାଧିକରଣ ହୋଇଛି। ଏବଂ ପ୍ରଶାସନର ରାଜନୀତିକରଣ ହୋଇଛି ବୋଲି ମୋଦି କହିଛନ୍ତି। […]
ଫେବୃଆରୀ ମାସକୁ ରୋମାଣ୍ଟିକ ମାସ ବୋଲି କୁହାଯାଏ। କାରଣ ଏହି ମାସରେ ପଡ଼େ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। ତେବେ ପାଶ୍ଚାତ୍ୟ ସଂସ୍କୃତିରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବା ବହୁତ ଗୁରୁତ୍ୱ ରଖୁଥିବା ବେଳେ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ଏଥିପାଇଁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବାର ଘଟଣା ଦେଖିବାକୁ ମିଳେ। ତେବେ ଆମ ଦେଶରେ ଯୁବପିଢ଼ି ମଧ୍ୟ ଧୀରେ ଧୀରେ ଏହି ସଂସ୍କୃତିକୁ କିଛି ମାତ୍ରାରେ ଆପଣେଇ ନେଲେଣି। ବର୍ତ୍ତମାନ […]
ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍ ବାର୍ଡ୍ସମାନେ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା। କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ […]
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା […]
ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି ଗଙ୍ଗାରେ ଏବଂ ଅଳକାନନ୍ଦାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତପୋବନ ରେନିରେ ଚାଲିଥିବା ରିଷିଗଙ୍ଗା ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୧୫୦ ଜଣ ଶ୍ରମିକ ନିଖୋଜ୍ ହୋଇଥିବା […]