Advertisment

ପୁଣି ଡାକ ବିଭାଗରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ ପିଲା ବି କରିପାରିବେ ଆବେଦନ

ଡାକ ବିଭାଗ ପକ୍ଷରୁ ପୁଣି ଥରେ ଅନେକ ଗ୍ରୁପ୍ ସି’ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଆବେଦନ ନିମନ୍ତ୍ରଣ କରାଯାଇଛି ।

author-image
Satyendu Shekher Mishra
ଏଣିକି ଡାକଘରେ ବାହାର କରିପାରିବେ ପାସପୋର୍ଟ

Indian Postal

ଡାକ ବିଭାଗ ପକ୍ଷରୁ ପୁଣି ଥରେ ଅନେକ ଗ୍ରୁପ୍ ସି’ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଆବେଦନ ନିମନ୍ତ୍ରଣ କରାଯାଇଛି ।

Advertisment

ଇଚ୍ଛୁକ ପ୍ରାର୍ଥୀମାନେ ସ୍ପୋର୍ଟ୍ସ କୋଟା ଆଧାରରେ ପୋଷ୍ଟାଲ ଅସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ସ୍ଟାଫ୍‌ ପାଇଁ ପଞ୍ଜାବ ଡାକ ସର୍କଲରେ ଆବେଦନ କରିପାରିବେ । ଏହି ପଦବୀ ଗୁଡ଼ିକ ପାଇଁ ଆବେଦନର ଶେଷ ତାରିଖ ହେଉଛି ୧୮ ଆଗଷ୍ଟ ୨୦୨୧ ।

ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧, ଖାଲି ପଡ଼ିଥିବା ପଦବୀ ବିବରଣୀୱ:-

ସ୍ପୋର୍ଟ୍ସ ସାର୍ଟିଫିକେଟ୍‌ଧରୀ ପ୍ରାୟ ୫୭ ଜଣ ଏହି ପଦବୀ ପାଇଁ ଆବେଦନ କରିପାରିବେ । ସେମାନଙ୍କୁ କେବଳ ସ୍ପିଡ୍‌ ପୋଷ୍ଟ ସହ ରରେଜିଷ୍ଟର୍ଡ ପୋଷ୍ଟ ଦ୍ୱାରା ଆବେଦନ କରିବାକୁ ହେବ ।

Advertisment

ଖାଲି ପଡ଼ିଥିବା ପଦବୀ:-

ପୋଷ୍ଟାଲ ଆସିଷ୍ଟାଣ୍ଟ-୪୫, ସର୍ଟିଂ ଆସିଷ୍ଟାଣ୍ଟ-୯, ମଲ୍ଟି ଟାସ୍କିଂ ସ୍ଟାଫ୍‌-୩

ବୟସ ସୀମା

ସର୍ଟିଂ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ୧୮ ରୁ ୨୭ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ମଲ୍ଟି ଟାସ୍କିଂ ସ୍ଟାଫ୍‌ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ୧୮ ରୁ ୨୫ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ତେବେ ବୟସ ସୀମା କୋହଳ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ତଥା ସବିଶଷେଷ ବିବରଣୀ ପାଇଁ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯବାକୁ ପଡ଼ିବ ।

ଭାରତୀୟ ଡାକ ବିଭାଗ ଚାକିରି ପାଇଁ, ଆବେଦନ ଫି’

ଏହି ପଦବୀ ପାଇଁ ଫର୍ମ ଆବେଦନ କରିବାକୁ ହେଲେ ପ୍ରତ୍ୟେକ ଆବେଦନକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଚାଲାଣ କାଟିବାକୁ ହେବ କିମ୍ବା ଇ-ପେମେଣ୍ଟ କରିବାକୁ ହେବ । ‘CPMG PUNJAB CIRCLE’ ନାଁରେ ଦେଶର ଯେକୌଣସି କମ୍ପ୍ୟୁଟରାଇଜ୍‌ଡ୍‌ ପୋଷ୍ଟ ଅଫିସ୍‌ରୁ ଟଙ୍କା ପଠାଇବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା

ପୋଷ୍ଟାଲ ଏବଂ ସର୍ଟିଂ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ ।

ମଲ୍ଟି ଟାସ୍କିଂ ପୋଷ୍ଟ ପାଇଁ, ପ୍ରାର୍ଥୀ ନିହାତି ଭାବେ ଦଶମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ ।

ଏହି ପଦବୀ କିମ୍ବା ନିଯୁକ୍ତିକୁ ନେଇ ଯଦି କୌଣସି ଦ୍ୱନ୍ଦ୍ୱ ରହିଛି, ତେବେ ତାହା ଦୂର କରିବା ପାଇଁ ଏବଂ ସବିଶେଷ ତଥ୍ୟ ତଥା ବିସ୍ତୃତ ବିବରଣୀ ପାଇଁ ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧ର ଆଫିସିଆଲ ୱେବ୍‌ସାଇଟ୍‌ Indiapost.in. କୁ ଯାଆନ୍ତୁ ।

Latest Government Jobs India Post Office Recruitment
Advertisment
Advertisment