Advertisment

Historical Revision: ଇତିହାସ ବଦଳାଉଛି ବାଂଲାଦେଶ, ବଦଳିଲା ସ୍କୁଲ ବହି, ମୁଜିବୁର ଓ ଭାରତର ଭୂମିକା ବି ହଟିଲା

ନ୍ୟାସନାଲ କରିକୁଲମ ଆଣ୍ଡ ଟେକ୍ସଟ ବୁକ ବୋର୍ଡ(ଏନସିବିଟି) ପକ୍ଷରୁ ଏଭଳି କରାଯାଇଛି। ୪୪୧ଟି ପାଠ୍ୟ ପୁସ୍ତକରେ ଏଭଳି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ସମୁଦାୟ ୪୦ ଲକ୍ଷ ପୁସ୍ତକର ମୁଦ୍ରଣ ହୋଇଥିବା ବେଳେ ୨୦୨୫ ଶିକ୍ଷା ବର୍ଷରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bangladesh

bangladesh

ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର ରେହମାନ ବାଂଲାଦେଶର ସ୍ବାଧୀନତା ଘୋଷଣା କରିଥିଲେ। ତେବେ ଏହାକୁ ପରିବର୍ତ୍ତନ କରି ଜିଆଉର ରେହମାନ ଏହି ଘୋଷଣା କରିଥିଲେ ବୋଲି ବର୍ତ୍ତମାନର ପୁସ୍ତକରେ ଉଲ୍ଲେଖ କରାଯାଇଛି। ନ୍ୟାସନାଲ କରିକୁଲମ ଆଣ୍ଡ ଟେକ୍ସଟ ବୁକ ବୋର୍ଡ(ଏନସିବିଟି) ପକ୍ଷରୁ ଏଭଳି କରାଯାଇଛି। ୪୪୧ଟି ପାଠ୍ୟ ପୁସ୍ତକରେ ଏଭଳି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ସମୁଦାୟ ୪୦ ଲକ୍ଷ ପୁସ୍ତକର ମୁଦ୍ରଣ ହୋଇଥିବା ବେଳେ ୨୦୨୫ ଶିକ୍ଷା ବର୍ଷରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

ଶେଖ ହସିନା ପ୍ରଧାନମନ୍ତ୍ରୀ ଥିବା ସମୟରେ କରେନ୍ସୀ ନୋଟରେ ଥିବା ଜିଆଉର ରେହମାନଙ୍କ ଫଟୋ ହଟାଇବାକୁ ପ୍ରୟାସ କରିଥିଲେ। ତେବେ ବିରୋଧାଭାସ ପରେ ହସିନା ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ମାର୍ଚ୍ଚ ୨୬, ୧୯୭୧ ମସିହାରେ ବାଂଲାଦେଶ ସ୍ବାଧୀନତା ଲାଭ କରିଥିଲା। ସମାନ ଦିନରେ ଜିଆଉର ରେହମାନ ସ୍ବାଧୀନତା ସମ୍ପର୍କରେ ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୭ ତାରିଖରେ ବଙ୍ଗବନ୍ଧୁଙ୍କ ମେସେଜକୁ ପୁନର୍ବାର ପଢିବା ସହ ସ୍ବାଧୀନତା ସମ୍ପର୍କରେ ଘୋଷଣା କରିଥିଲେ।

Advertisment

ଜାତୀୟ ପାଠ୍ୟକ୍ରମ ନିର୍ଦ୍ଧାରଣ କରୁଥିବା କମିଟିର ମୁଖ୍ୟ ପ୍ରଫେସର ଏକେଏମ ରିଜାଉଲ ହସନ ଏହି ବୟାନ ଦେଇଛନ୍ତି। ଅନ୍ୟତମ ଲେଖକ ତଥା ଗବେଷକ ରାଖାଲ ରାହା ମଧ୍ୟ ସମାନ ମତ ବ୍ୟକ୍ତ କରିଛନ୍ତି। ସେ କହଛନ୍ତି ସରକାରଙ୍କ ଚାପରେ ଦୀର୍ଘ ବର୍ଷ ହେବ ଭୁଲ ଇତିହାସ ପଢା ଯାଉଥିଲା। ବର୍ତ୍ତମାନ ଏହାକୁ ବଦଳାଇବାର ସମୟ ଆସିଯାଇଛି। ସ୍ବାଧୀନତା ସମୟରେ ଶେଖ ମୁଜିବୁର ରେହମାନ ପାକିସ୍ତାନ ସେନା ଦ୍ବାରା ଗିରଫ ହୋଇଥିଲେ। ତେଣୁ ସେ କୌଣସି ୱେୟାରଲେସ ମେସେଜ ପଠାଇବା ସମ୍ଭବ ନୁହେଁ ବୋଲି କମିଟି ମତବ୍ୟକ୍ତ କରିଥିଲା। ଫଳରେ ନାମ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ତାଙ୍କୁ ଦିଆଯାଇଥିବା ବଙ୍ଗବନ୍ଧୁ ଓ ଜାତୀୟ ପିତାର ଉପାଧି ମଧ୍ୟ ଫେରସ୍ତ ନିଆଯିବ ବୋଲି ଘୋଷଣା କରାଯାଇଛି।

ଛାତ୍ର ଆନ୍ଦୋଳନ କାରଣରୁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ସହ ଦେଶ ଛାଡି ପଳାୟନ କରିଥିଲେ। ଏହା ପରେ ସମଗ୍ର ଦେଶରେ ରହିଥିବା ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା। କେବଳ ବଙ୍ଗବନ୍ଧୁଙ୍କ ଭୂମିକା ନୁହେଁ ବରଂ ବାଂଲାଦେଶ ସ୍ବାଧୀନତାରେ ଭାରତର ଭୂମିକାକୁ ମଧ୍ୟ ଗୌଣ କରିବାକୁ ପ୍ରୟାସ କରାଯାଇଛି। ଭାରତୀୟ ସେନାବାହିନୀ ସହାୟତାରେ ପାକିସ୍ତାନରୁ ଅଲଗା ହୋଇଥିଲେ ମଧ୍ୟ ଏହାକୁ ଗୌଣ କରିବାକୁ ପ୍ରୟାସ କରାଯାଇଛି। ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଶେଖ ମୁଜିବୁର ରେହମାନଙ୍କ ଫଟୋ ହଟାଇ ଦିଆଯାଇଛି।

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

Bangladesh Sheikh Mujibur Rahman 100th Birthday
Advertisment
Advertisment