/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632904012.jpg)
chiken zafrani
ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟରାଣ୍ଟ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରେଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ଚିକେନ୍ ଜାଫରାନୀ’ ବନେଇବା ପାଇଁ ସାମଗ୍ରୀ:
ଚିକେନ-୫୦୦ ଗ୍ରାମ୍ କେଶର,ସିଝା ଅଣ୍ଡା,ଦହି,ଗୋଟା ଗରମ ମସଲା(ଡାଲଚିନି,ଗୁଜୁରାତି,ଲବଙ୍ଗ),ପିଆଜ ପେଷ୍ଟ,ଆଦା ରସୁଣ ପେଷ୍ଟ,କାଜୁ ପେଷ୍ଟ,କଟା କଞ୍ଚା ଲଙ୍କା,କଟା ଧନିଆ ପତ୍ର,ଚିକେନ୍ ମସଲା, ଘିଅ,ଓ ସ୍ୱାଦନୁସାରେ ଲୁଣ,ଗରମ ମସଲା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡ଼େଇ ବସାଇ ଘିଅ ପକାନ୍ତୁ ।
- ଘିଅ ଗରମ ହୋଇଗଲା ପରେ ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ ।
- ଏହାପରେ ସେଥିରେ କଟା କଞ୍ଚାଲଙ୍କା,ପିଆଜ ପେଷ୍ଟ,ଅଦା ଓ ରସୁଣ ପେଷ୍ଟ ପକାଇ ମିଶ୍ରଣକୁ କଷନ୍ତୁ ।
- ଏହାପରେ ସେଥିରେ କାଜୁର ପେଷ୍ଟ ଓ ଦହି ପକାନ୍ତୁ ।
- ଏହି ମସଲାକୁ ଭଲ ଭାବେ ଗୋଳେଇ କଷନ୍ତୁ ।
- ଏହାପରେ ଏଥିରେ ଚିକେନକୁ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ ।
- ଏହାପରେ ସେଥିରେ ଚିକେନ ମସଲା,ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡଣୀ ଦେଇ ଦିଅନ୍ତୁ ।
- ଏହାପରେ ଘୋଡ଼ଣୀ କାଢି ସେଥିରେ କଟା ସିଝା ଅଣ୍ଡା ଓ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ୍ ରେଷ୍ଟୁରାଣ୍ଟ ଷ୍ଟାଇଲରେ 'ଚିକେନ୍ ଜାଫରାନୀ' । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)