Advertisment

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mega Drinking Water Project Kharasrota River

Mega Drinking Water Project Kharasrota River

ଭୁବନେଶ୍ୱର: ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ।

Advertisment

ରାଜ୍ୟ ସରକାର ହଜାରେ କୋଟି ଟଙ୍କାର ଏକ ପ୍ରକଳ୍ପ ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ପ୍ରଶାସନିକ ଇତିହାସରେ ଏପରି ଜାଲ୍ ଘଟଣା ପ୍ରଥମ। ଏଥିପାଇଁ ରାଜ୍ୟ ସରକାର ଆଇଆଇଟି ଭଳି ସଂସ୍ଥାର ବିଶ୍ୱସନୀୟତାକୁ ବ୍ୟବହାର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। 

ବିନା ଜନଶୁଣାଣିରେ ଏହି ପ୍ରକଳ୍ପ ରାଜ୍ୟ ସରକାର ଜୋରଜବରଦସ୍ତ କରୁଛନ୍ତି। ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ମଧ୍ୟରେ ତାଳମେଳ ନଥିବାରୁ ବିବାଦ ଘନେଇଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାର ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟକ ବିଧାୟକ ପ୍ରତାପ ଦେବ। ସେ କହିଛନ୍ତି, ଖରସ୍ରୋତା ପ୍ରକଳ୍ପକୁ ନେଇ କୌଣସି ବିବାଦ ନାହିଁ। ସରକାର ପାଣି ଯୋଗାଇବାକୁ ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି। 

Advertisment

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପର ସର୍ଭେ ଓ ଆସେସମେଣ୍ଟ ରିପୋର୍ଟ ଅନୁସାରେ ପ୍ରକଳ୍ପ ହେବା ଦ୍ୱାରା କୌଣସି ବଡ କ୍ଷତି ହେବ ନାହିଁ କି ପରିବେଶ ଉପରେ ପ୍ରତିକୁଳ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଥିଲା। ତେବେ ଆଇଆଇଟି ହ୍ରାଇଦ୍ରାବାଦ ଏଭଳି କୌଣସି ରିପୋର୍ଟ ଦେଇନଥିବା ଆର୍‌ଟିଆଇ ତଥ୍ୟରେ ପ୍ରଦାନ କରିଛନ୍ତି। ଯାହା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। 

BJP Congress Kharasrota River Mega Drinking Water Project Kharasrota River
Advertisment
Advertisment