କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନେକ ଠକେଇ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବହୁତ ବୃଦ୍ଧି ପାଇଛି। ଏହାପରେ ମଧ୍ୟ ଅନେକ ଲୋକ କ୍ରମାଗତ ଭାବରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେବେ କ୍ରେଡିଟ୍ କାର୍ଡ ଠକେଇକୁ କିପରି ଏଡାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ମୋହନ ମାଝୀ। କହିଛନ୍ତି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ।
ରାଜନାଥ ସିଂଙ୍କ ସହ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜନନୈତିକ ବ୍ୟାପାର କମିଟିରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଜିତନରାମ ମଞ୍ଜୀ, ଟିଡିପିର ରାମମୋହନ ନାଇଡୁ ଏବଂ ବିଜେପିର ଅନ୍ନପୂର୍ଣ୍ଣା ଦେବୀ ସଦସ୍ୟ ହୋଇଛନ୍ତି ।
ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।
ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।
୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ ।
ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍।
ସ୍ତନ୍ୟପାନ କେବଳ ଶିଶୁ ପାଇଁ ଶାରୀରିକ ପୋଷଣର ମାଧ୍ୟମ ନୁହେଁ, ବରଂ ଏହା ମା’ ଏବଂ ଶିଶୁ ମଧ୍ୟରେ ଭାବପ୍ରବଣତାକୁ ଦୃଢ କରିବାର ଏକ ସମୟ। ଏପରି ସମୟରେ ମା’ର ଧ୍ୟାନ ସମ୍ପୂର୍ଣ୍ଣ ପିଲା ଉପରେ ରହିବା ଉଚିତ। ଏହି ସମୟରେ ଯଦି ମା’ର ଧ୍ୟାନ ଅନ୍ୟ ଆଡେ ରୁହେ ତେବେ ଏଥିରେ ବ୍ୟତିକ୍ରମ ଦେଖାଯାଏ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍।
ଆମେ ଯଦି କହିବୁ ଏମିତି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ମାତ୍ର ୨୦/୨୨ ଦିନରେ ଜଣେ ପତଳା ହୋଇଯିବ। ଆପଣ କ’ଣ ଏହାକୁ ବିଶ୍ୱାସ କରିବେ? ବୋଧହୁଏ ନା। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାତ୍ର ୨୧ ଦିନରେ ତାଙ୍କ ଓଜନ କମେଇଛନ୍ତି।
ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ ।
ଉତ୍ତରପ୍ରଦେଶ ହଥରାସର ଏଇ ସ୍ଥାନରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ।
୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି ।
ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା ।
ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଦୋଷୀ କିଏ । କେମିତି ଓ କେଉଁ ପରିସ୍ଥିତିରେ ସତସଙ୍ଗରେ ଦଳାଚକଟା ହେଲା ?
ପୁଅ ଦେହ ସୁସ୍ଥ ପାଇଁ ଲଗାଇଲେ ୫୪ଟି ଓସ୍ତ ଓ ବରଗଛ । ଭୁବନେଶ୍ୱରର ରବିନ୍ଦ୍ର ନାଥ ଦାସ ଏଭଳି ଗଛ ଲଗାଇ ସାଧାରଣ ଜନତାଙ୍କୁ ଦେଇଛନ୍ତି ଏକ ସୁନ୍ଦର ସନ୍ଦେଶ ।
ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର।
ନଦୀ ରାସ୍ତା ଦେଇ ସ୍କୁଲ ଯାଉଥିବା ବେଳେ ମାଡି ଆସିଲା ପାଣି । ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ନିର୍ମାଣ ୨୦୧୬ ମସିହାରୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ୨୦୨୪ ମସିହା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ ପରେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି।
ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭାରତର ଜଣେ ଚର୍ଚ୍ଚିତ ଯୋଡ଼ି । ହୃଦୟ ଜିତିବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରନ୍ତି ନାହିଁ ।