/odishatv-khabar/media/post_attachments/uploadimage/library/16_9/16_9_0/Invitation_1720013022.jpg)
Invitation
ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ପାଖକୁ ଆସିଛି ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ। ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର। ନିମନ୍ତ୍ରଣ ପତ୍ର ଖୋଲିବା ମାତ୍ରେ ବିଷ୍ଣୁ ସହସ୍ର ନାମ ଶୁଭାଯାଉଛି। ଯାହାକି ଦେଖିବା ମାତ୍ରେ ବେଶ୍ ଅଭିଭୂତ ହୋଇପଡ଼ିଥିଲେ ଜଗନ୍ନାଥ କର।
ଜଗନ୍ନାଥ କର କହିଛନ୍ତି ଯେ, ଅନନ୍ତ ଅମ୍ବାନୀ ହେଉଛନ୍ତି ମହାପ୍ରଭୁଙ୍କ ଭକ୍ତ। ପୂର୍ବରୁ ଦୁଇଥର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ସେହି ସମୟରେ ଜଗନ୍ନାଥ କର ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ସେବେ ଠାରୁ ସେ ଅନନ୍ତ ଅମ୍ବାନିଙ୍କ ସହ ସମ୍ପର୍କ ହୋଇଥିଲା। ଏହି ସମ୍ପର୍କ ପଛରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି।
ଜଗନ୍ନାଥ ମନ୍ଦିର ପାଇଁ ଅନନ୍ତ ଅମ୍ବାନୀଙ୍କ ସହଯୋଗ ରହିଛି। ରୂପା ଦ୍ୱାର ପାଇଁ ରୂପା ଦାନ କରିଥିଲେ। ବିବାହ ପରେ ଅନନ୍ତ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିଷ ଲାଭ କରିବେ ବୋଲି କହିଛନ୍ତି ଜଗନ୍ନାଥ କର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)