/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738379131.jpg)
ଶନିବାର ଖୋଲା ରହିବ ଷ୍ଟକ୍ ମାର୍କେଟ୍
ଭାରତୀୟ ସେୟାର ବଜାର ସାଧାରଣତଃ ସପ୍ତାହାନ୍ତରେ ବନ୍ଦ ରହିଥାଏ । କିନ୍ତୁ ଫେବୃଆରୀ ୧ (ଶନିବାର) କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନା ଯୋଗୁଁ ସେୟାର ମାର୍କେଟ୍ ଖୋଲା ରହିବ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ସକାଳ ୯.୧୫ ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ନିୟମିତ କାରବାର କରିବ । କେନ୍ଦ୍ର ବଜେଟ୍ ୨୦୨୫କୁ ଦୃଷ୍ଟିରେ ରଖି ଏହି ବିଶେଷ ଟ୍ରେଡିଂ ଡେ’ ଘୋଷଣା କରାଯାଇଛି । ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଏବଂ ୨୮ ଫେବୃଆରୀ ୨୦୧୫ରେ ବଜେଟ୍ ଯୋଗୁ ସେୟାର ବଜାର ଶନିବାର ମଧ୍ୟ ଖୋଲା ରହିଥିଲା ।
ବଜେଟ୍ ଆଗତ ହେବା ପୂର୍ବରୁ ଶୁକ୍ରବାର ସେୟାର ମାର୍କେଟରେ ଭଲ ବୃଦ୍ଧି ଦେଖିବାକୁ ମିଳିଥିଲା । BSE ସେନସେକ୍ସ ୭୪୦.୭୬ (୦.୯୭%) ପଏଣ୍ଟ ବୃଦ୍ଧି ସହ ୭୭,୫୦୦.୫୭ରେ ବନ୍ଦ ହୋଇଥିଲା । ସେହିପରି NSE ନିଫ୍ଟି 50: ୨୫୮.୯୦ (୧.୧୧%) ପଏଣ୍ଟ ବୃଦ୍ଧି ପାଇ ୨୩,୫୦୮.୪୦ରେ ବନ୍ଦ ହୋଇଥିଲା ।
ଅଧିକ ପଢ଼ନ୍ତୁ: ବଜେଟରେ ବ୍ରିଫକେଶ୍ର ବ୍ୟବହାର; କେବେଠୁ ଆରମ୍ଭ ହୋଇଛି ପରମ୍ପରା
ବଜେଟ ଯୋଗୁ ବଜାର ଉପରେ ପ୍ରଭାବର କଥା କହିବାକୁ ଗଲେ ଏହାର ମିଶ୍ରିତ ଇତିହାସ ରହିଛି । ୨୦୨୦ ମସିହାରେ ବଜେଟ୍ ଫେବୃଆରୀ ୧ ତାରିଖ ଦିନ ଆସିଥିଲା। ସେହିଦିନ ସେନସେକ୍ସ ୯୮୮ ପଏଣ୍ଟ କମିଥିଲା ଓ ନିଫ୍ଟି ୨.୫ ପ୍ରତିଶତ ହ୍ରାସରେ ବନ୍ଦ ହୋଇଥିଲା । ସେହିପରି ୨୦୨୧ ବଜେଟ ଦିନ ନିଫ୍ଟିରେ ୪.୪୭ ପ୍ରତିଶତ ଅଭିବୃଦ୍ଧି ଓ ସେନସେକ୍ସରେ ୨୩୧୪ ପଏଣ୍ଟ ବୃଦ୍ଧି ଦେଖାଯାଇଥିଲା । ୨୦୨୨ ମସିହା ବଜେଟ୍ ଦିନ ସେନସେକ୍ସ ୮୪୮ ପଏଣ୍ଟ ନିଫ୍ଟି ୧.୪୦ ପ୍ରତିଶତ ବୃଦ୍ଧି ହୋଇଥିଲା । ୨୦୨୩ ବଜେଟରେ ନିଫ୍ଟି ୦.୨୬ ପ୍ରତିଶତ କ୍ଷତିରେ ବନ୍ଦ ହୋଇଥିଲା। ଗତବର୍ଷ ଅର୍ଥାତ ୨ ଫେବୃଆରୀ ୨୦୨୪ରେ ଅନ୍ତରୀଣ ବଜେଟ୍ ଆସିଥିଲା। ସେଦିନ ନିଫ୍ଟି ୦.୧୩ ଓ ଜୁଲାଇ ୨୦୨୪ରେ ନିଫ୍ଟି ୦.୧୨ ପ୍ରତିଶତ ହ୍ରାସରେ ବନ୍ଦ ହୋଇଥିଲା।
ସୂଚନା ଅନୁସାରେ, ଆଜି ସଂସଦରେ ଉପସ୍ଥାପନା ହେବ ସାଧାରଣ ବଜେଟ୍ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ବଜେଟ୍ ପେଡ଼ି । ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ, ତା’ ଉପରେ ରହିଛି ସାରା ଦେଶର ନଜର। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା ।
ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛନ୍ତି ମଧ୍ୟବିତ୍ତ।ସେହିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ଶିଳ୍ପ କ୍ଷେତ୍ରକୁ ବଳ ଦେବା ଲାଗି ରିୟଲ ଇଷ୍ଟେଟ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, AI ସହ ପୁଞ୍ଚିନିବେଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।
ବଜେଟରେ ମିଶନ୍ ଶକ୍ତି, ଜନନୀ ସୁରକ୍ଷା ଯୋଜନା ଓ ମାତୃ ବନ୍ଦନା ଯୋଜନା ଭଳି ମହିଳା କୈନ୍ଦ୍ରିକ ସ୍କିମ ଗୁଡ଼ିକୁ ବ୍ୟୟବରାଦରେ ବଢ଼ାଇପାରନ୍ତି ସରକାର। ପୂର୍ବ ବଜେଟରେ ଏହି ସ୍କିମ ଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହିପରି ଗରିବଙ୍କ ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟୟବରାଦ ବଢ଼ିପାରେ। ସେହିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ଶିଳ୍ପ କ୍ଷେତ୍ରକୁ ବଳ ଦେବା ଲାଗି ରିୟଲ ଇଷ୍ଟେଟ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, AI ସହ ପୁଞ୍ଚିନିବେଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)