• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନଦୀ ରାସ୍ତା ଦେଇ ସ୍କୁଲ ଯାଉଥିବା ବେଳେ ମାଡି ଆସିଲା ପାଣି । ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ଗରୁବାଥନ ଅଞ୍ଚଳରେ ଘଟିଛି ଘଟଣା । ସ୍କୁଲ ଗାଡିରେ ଯାଉଥିବା ବେଳେ ଗାଡି ଅଟକି ଯାଇଥିଲା । ଗାଡି ରାସ୍ତାରେ ଥିବା ବେଳେ ମାଡି ଆସିଲା ନଦୀ ଜଳ । ଧିରେ ଧିରେ ପାଣି ବଢିବାରୁ ଭୟଭୀତ ହୋଇଯାଇଥିଲେ ଛାତ୍ରଛାତ୍ରୀ । ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁଁ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

ଦୁଇ ଦିନ ତଳେ ମହାରାଷ୍ଟ୍ରରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା । ମହାରାଷ୍ଟ୍ର ଲୋନାବାଲର ଭୁସି ଡ୍ୟାମ ନିକଟ ଜଳପ୍ରପାତରେ ପିକ୍‌ନିକ୍‌ ପାଇଁ ଯାଇଥିବା ଗୋଟିଏ ପରିବାରର ୫ଜଣ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ୪ ଜଣ ଶିଶୁ ଥିଲେ । ଉକ୍ତ ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

୧ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ବେଳେ ଭୁସି ଡ୍ୟାମ ବ୍ୟାକ ୱାଟର ନିକଟରେ ଏହି ଅଘଟଣ ଘଟିଥିଲା । ପିଲାମାନେ ଭୂସି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିଲେ । ହଠାତ ବର୍ଷା ଯୋଗୁ ଫ୍ଲାସ ଫ୍ଲଡ୍ ଆସିବାରୁ ଏମାନେ ଭାସିଯାଇଥିଲେ । ସୂଚନାଯୋଗ୍ୟ, ଭାସି ଯାଇଥିବା ମହିଳା ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା ।

ସେପଟେ ଆସାମରେ ବନ୍ୟା ବିତ୍ପାତ ଯୋଗୁ ୧୯ଟି ଜିଲ୍ଲାରେ ୬ ଲକ୍ଷ ଲୋକେ ପ୍ରଭାବିତ । କେବଳ ନଗାଁଓରେ ସ୍ଥିତି ଜଟିଳ । ଅନେକ ଗାଁ ଏଠାରେ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ନଗାଁଓରେ କେବଳ ୩୦ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ପ୍ରଭାବ ହୋଇଥିବାରୁ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି ।

ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି । ଏମିତିକି ଅନେକ ବିଲ୍ଡିଂର ପ୍ରଥମ ମହଲା ଜଳରେ ବୁଡି ରହିଥିବାରୁ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି ।

ଖାଲି ଏତିକି ନୁହେଁ, କାଜିରଙ୍ଗା ଜାତୀୟ ପାର୍କରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି । ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି । ସେହିପରି ଲଗାଣ ବର୍ଷାରେ ପୂରା ଭାରତ ଉବୁଟୁବୁ ହେଉଛି । ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି । ଉତ୍ତର ସିକ୍କିମ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଲପାଇଗୁଡି, କଲିମପୋଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now