/odishatv-khabar/media/post_attachments/uploadimage/library/16_9/16_9_0/LK_Advani_1720069567.jpg)
LK Advani
ପୁଣି ମେଡ଼ିକାଲରେ ଭର୍ତ୍ତି ହେଲେ ବିଜେପିର ଭେଟେରାନ୍ ନେତା ଲାଲକୃଷ୍ଣ ଆଡ଼ଭାନୀ । ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏଲ୍.କେ.ଆଡ଼ଭାନୀ ଭର୍ତ୍ତି ହୋଇଛନ୍ତି । ରାତି ପ୍ରାୟ ୯ ଟାରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିବା ସୂଚନା ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପୃକ୍ତ ମେଡ଼ିକାଲର ଡାକ୍ତର ଭିନିତ ସୁରୀ ସୂଚନା ଦେଇଛନ୍ତି । ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଗତ ସପ୍ତାହରେ ମଧ୍ୟ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଆଡ଼ଭାନୀ । AIIMSର ଜିରିଆଟ୍ରିକ୍ ବିଭାଗ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ ।
ଗତ ଜୁନ ୨୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଏମ୍ସରେ ଆଡମିଟ୍ ହୋଇଥିଲେ ।
ସୂଚନା ଅନୁସାରେ, ବାର୍ଦ୍ଧକ୍ୟ ଜନିତ ସମସ୍ୟା ହେତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ AIIMS ର ଜିରିଆଟ୍ରିକ୍ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ବାସ୍ତବରେ, ୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ଅପ୍ କରାଯାଏ ।
ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟଜନିତ କାରଣରୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଡଭାନୀ ଯୋଗ ଦେଇପାରିନଥିଲେ । ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମାର୍ଚ୍ଚ ୩୦ରେ ତାଙ୍କ ବାସଭବନରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ଆନୁଷ୍ଠାନିକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)