/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738381367.jpg)
Road Accident
ରାଜଧାନୀରେ ସକାଳୁ ସକାଳୁ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢ଼ିଗଲା କାର୍। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ। ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା।
କାର୍ରେ ୫ ଜଣ ଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
ପୁଲିସ ଓ ସ୍ଥାନୀୟ ଲୋକେ କାର୍ରୁ ଅନ୍ୟମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କର କିଛି ହୋଇ ନାହିଁ। ତେବେ କାହିଁକି ଏହି ଦୁର୍ଘଟଣା ତାର କାରଣ ଜଣାପଡ଼ି ନାହିଁ।
ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ରକ୍ତରେ ଭିଜିଲା ରାଜରାସ୍ତା; ୨ ଦୁର୍ଘଟଣାରେ ଗଲା ୫ ଜୀବନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)