• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଅ ଦେହ ସୁସ୍ଥ ପାଇଁ ଲଗାଇଲେ ୫୪ଟି ଓସ୍ତ ଓ ବରଗଛ । ଭୁବନେଶ୍ୱରର ରବିନ୍ଦ୍ର ନାଥ ଦାସ ଏଭଳି ଗଛ ଲଗାଇ ସାଧାରଣ ଜନତାଙ୍କୁ ଦେଇଛନ୍ତି ଏକ ସୁନ୍ଦର ସନ୍ଦେଶ । ନିଜ ପୁଅର ଶାରିରୀକ ଓ ମାନସିକ ସମସ୍ୟା ରହିବାରୁ ସେ ଜଣେ ଉଚ୍ଚ ଶିକ୍ଷିତ ଜ୍ୟୋତିଷଙ୍କ ସହ ଯୋଗାଯୋଗରେ ଆସିଥିଲେ । ତାଙ୍କ ପରାମର୍ଶ କ୍ରମେ ଏହିଭଳି ଗଛ ଲଗାଇବାକୁ ମାନସିକ କରିବା ପରେ ତାଙ୍କ ପୁଅର ସ୍ଥିତିରେ ସୁଧାର ଆସିଥିଲା ।

ଶେଷରେ ବନ ମହୋତ୍ସବ ଅବସରରେ ଏଭଳି ବୃକ୍ଷ ଲଗାଇ ପରିବେଶ ମଧ୍ୟ ବଞ୍ଚାଇଛନ୍ତି ରବିନ୍ଦ୍ର । ଭୁବନେଶ୍ୱରର ରବିନ୍ଦ୍ରନାଥ ଦାସ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ । ବ୍ୟାଙ୍କର ପୂର୍ବତନ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ ସେ । ତାଙ୍କ ପୁଅର ଦେହ ଅସୁସ୍ଥ ରହୁଥିଲା । ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ରହିବାରୁ ବିଭିନ୍ନ ଡାକ୍ତର ଓ ବିଶେଷଜ୍ଞ ମାନଙ୍କୁ ଦେଖାଇଥିଲେ । କିନ୍ତୁ ଆଶାଜନକ ଉନ୍ନତି ହୋଇପାରିନଥିଲା ।

ଅଧିକ ପଢ଼ନ୍ତୁ: Viral Video: ଭାଇରାଲ୍ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚମତ୍କାର ଭିଡିଓ; ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ଶେଷରେ ଜଣେ ଉଚ୍ଚ ଶିକ୍ଷିତ ଜ୍ୟୋତିଷଙ୍କ ସହ ସଂସ୍ପର୍ଶରେ ଆସିଥିଲେ ରବିନ୍ଦ୍ରନାଥ । ତାଙ୍କ ପରାମର୍ଶ ଅନୁସାରେ ଶିବ ବିବାହ ସହ ୫୪ଟି ବର, ଓସ୍ତ ଗଛ ଲଗାଇଥିଲେ । ଏହାପରେ ତାଙ୍କର ପରିବାର ତଥା ପୁଅର ଶାରିରୀକ ଓ ମାନସିକ ଅବସ୍ଥାରେ ଦେଖା ଦେଇଥିଲା ଅଦ୍ଭୁତପୂର୍ବ ପରିବର୍ତ୍ତନ । ସେଥିପାଇଁ ସେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସି ଲଗାଇଛନ୍ତି ୫୪ଟି ବର, ଓସ୍ତ ଗଛ । ହିନ୍ଦୁ ଧର୍ମରେ ବର ଓ ଓସ୍ତ ଗଛର ମହତ୍ୱ ରହିଛି ।

ଏହା ସମସ୍ତ ପ୍ରକାର ସମସ୍ୟା ଦୂର କରିବାରେ ସହାୟକ । ଏହି ବୃକ୍ଷ ୨୪ ଘଣ୍ଟା ଅମ୍ଳଜାନ ପ୍ରଦାନ କରିବା ସହ ଜୈବ ବିବିଧତା ରକ୍ଷା କରିବାରେ ବି ସହାୟକ ହୋଇଥାଏ । ବନ ମହୋତ୍ସବ ଅବସରରେ ୫୪ଟି ବର ଓ ଓସ୍ତ ଗଛ ଲଗାଇ ପରିବେଶ ସହ ନିଜ ଜୀବନର ସମସ୍ତ ପ୍ରକାର ଅଶାନ୍ତିକୁ ଦୂର କରିବା ପାଇଁ ସନ୍ଦେଶ ଦେଇଛନ୍ତି ଭୁବନେଶ୍ୱରର ରବିନ୍ଦ୍ର ନାଥ ଦାସ । ତେବେ ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ସବୁଜ ବାହିନୀ । ସେପଟେ ବୃକ୍ଷ ଗୁଡ଼ିକର ସୁରକ୍ଷା ପାଇଁ ଟ୍ରି ଗାର୍ଡର ବି ବ୍ୟବସ୍ଥା କରିଛନ୍ତି ରବିନ୍ଦ୍ରନାଥ।

ଅଧିକ ପଢ଼ନ୍ତୁ: ରଖେ ହରି ତ ମାରେ କିଏ !! ଚିକିତ୍ସା ବିଜ୍ଞାନର ଚମତ୍କାରିତା ବଳରେ ନୂଆ ଜୀବନ ପାଇଲା କଅଁଳା ଶିଶୁ

OTV is now on Whatsapp

Join and get latest news update delivered to you via whatsapp

Join Now