Advertisment

ବଲ୍ଲେ ବଲ୍ଲେ ଢାବା ପରେ ବିବାଦରେ କୁସୁମା ବଙ୍ଗଳା

ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?

author-image
Satyendu Shekher Mishra
undefined

Kusuma Project

ଖୋଲିବ କୁସୁମା ପୋଖରୀ କେଳେଙ୍କାରୀର ଗୁମର । ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ । କେତେ ଟଙ୍କାର ହୋଇଛି କିକ୍ ବ୍ୟାକ ? କାହା ପକେଟକୁ ଯାଇଛି କେତେ ଟଙ୍କା ? କୁସୁମାରେ କୋଟି କୋଟି ଟଙ୍କାରେ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ଏଥିପାଇଁ କେଉଁ ବିଭାଗ, କେଉଁ ପାଣ୍ଠିରୁ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

Advertisment

ଧର୍ମଶାଳାର ବିବାଦୀୟ ବଲେ ବଲେ ଢାବାର କେଳେଙ୍କାରୀ ସାମ୍ନାକୁ ଆସିବା ପରେ ପରେ ଚର୍ଚ୍ଚାକୁ ଆସିଥିଲା ଯାଜପୁରର ବହୁ ଚର୍ଚ୍ଚିତ କୁସୁମା ପୋଖରୀ। ବିଶେଷ କରି କୁସୁମା ଶିଶୁ ଉଦ୍ୟାନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକଙ୍କ ଅବସର ବିନୋଦନ ପାଇଁ ନିର୍ମିତ କୁସୁମା ପୋଖରୀ କୂଳରେ କାହିଁକି ଏମିତି ବଙ୍ଗଳା ତିଆରି ହେଲା ? ଏହି ବଙ୍ଗଳା ସାଧାରଣ ଲୋକଙ୍କ କଣ କାମରେ ଲାଗୁଛି। ବଙ୍ଗଳାରେ ପ୍ରକୃତରେ କଣ ଚାଲିଥିଲା ସେନେଇ ପ୍ରଶାସନ ପାଖରେ କିଛି ବି ଉତ୍ତର ନାହିଁ।

ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ମିତ ଏହି ପୋଖରୀକୁ ଯେତେବେଳେ ମାର୍ଚ୍ଚ ୨୫, ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ, ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା କୁସୁମା। କାହିଁକି ନା ପୋଖରୀ ନିର୍ମାଣ ଆଉ ତାର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ତ ଯେତେ ଖର୍ଚ୍ଚ ହୋଇଥିଲା ତାଠୁ ଅଧିକ ଖର୍ଚ୍ଚ ହୋଇଥିଲା ତାର ଉଦଘାଟନ ଉତ୍ସବରେ।

Advertisment

ଆଉ ସୌନ୍ଦର୍ଯ୍ୟକରଣ ବି ହୋଇଥିଲା ଆଖି ତରାଟି ଦେଲା ଭଳି। ପାର୍କରେ ରହିଛି ଦୁଇ ମହଲା ବିଶିଷ୍ଟ ୯ଟି କଟେଜ୍। ସୂଚନା ଅନୁସାରେ ୨୦୧୧ ମସିହାରେ ୨୦ ଏକରରୁ ଉର୍ଦ୍ଧ୍ୱ ଜମିରେ ଥିବା କୁସୁମା ପୋଖରି ପୁନଃ ଉଦ୍ଧାର ଓ ଏହାର ସୌନ୍ଦର୍ଯ୍ୟକରଣ, ଚାରିପାଖକୁ ଉନ୍ନତି ଲାଗି ୨୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅନୁଦାନରେ ପୋଖରି ଚାରିପାଖ ପାଚେରି ଆଲୋକ ସଜ୍ଜା, ଶିଶୁ ପାର୍କ ଓ ୭୦ରୁ ଉର୍ଦ୍ଧ୍ୱ ପ୍ରଜାତିର ଫୁଲଗଛ ଏବଂ କୁସୁମା ରାଣୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା।

ପରେ ୨୦୧୯ରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ଲାଗି ୬ କୋଟି ୬୯ ଲକ୍ଷ ଖର୍ଚ୍ଚ କରାଯାଇଥିବା କୁହାଯାଉଛି। କିନ୍ତୁ ପରେ ନିର୍ମିତ ଏହି ଆଲିଶାନ ବଙ୍ଗଳାକୁ ଜନସାଧାରଣଙ୍କୁ ବାରଣ କରାଯାଇ ବଡବଡିଆଙ୍କ କାମରେ ଲଗାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଭୁବନେଶ୍ୱରରେ ନିଜ ସରକାରୀ ବାସଭବନରେ ଅଣ୍ଡର ଗ୍ରାଉଣ୍ଡ ଏବଂ ଟ୍ରି କଟେଜ୍ ତିଆରି ଏବଂ ପରେ ଭାଙ୍ଗିବାକୁ ନେଇ ବିବାଦ ଘେରରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ। ଏବେ ପୁଣି ତାଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ମିତ କୁସୁମା ପୋଖରୀ ବିବାଦ କେଉଁ ମୋଡ ନେଉଛି ତା ଉପରେ ନଜର।

BJD General Election 2024 BJP Congress Odisha Politics
Advertisment
Advertisment