• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ପାଇଁ ଦୁଇଟି ବିଭାଗରୁ ପ୍ରକଳ୍ପରେ କାର୍ଯ୍ୟାଦେଶ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ଦୀର୍ଘ ୮ ବର୍ଷ ମଧ୍ୟରେ ବ୍ଲକ ପ୍ରଶାସନ ଏବଂ ଏନ୍ ଏ ସି ପ୍ରଶାସନ ପକ୍ଷରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଚାରି ପାର୍ଶ୍ଵରେ ପାଚେରୀ ନିର୍ମାଣ ହୋଇ ସାରିଥିବା ବେଳେ ଉଦଘାଟନ ହୋଇନି ହେଲେ ପାଚେରୀ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି।

ଖେଳ ପଡ଼ିଆରେ ଆଣ୍ଠୁଏ ଉଚ୍ଚାର ଚାରଣ ଭୂମି ହୋଇଯାଇଛି। ଷ୍ଟାଡିୟମ ଭିତରେ ନିର୍ମାଣ ହୋଇଥିବା ଗୃହ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ଏବେ ସେଠାରେ ଷଣ୍ଢ ଓ ବୁଲା ଗାଈ ଗୋରୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଯାଇଛି। କାର୍ଯ୍ୟାଦେଶ ପରେ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ହେଉନଥିବାରୁ ଷ୍ଟାଡିୟମ ମଧ୍ୟରେ ନିର୍ମାଣଧିନ ଗୃହର ଛାତ ଉପରେ ପାଣି ଜମି ରହିଛି, ତିଆରି ହୋଇଥିବା ପିଲାର ଖୁଣ୍ଟି ମଧ୍ୟ ଭାଙ୍ଗିଗଲାଣି। ରାସ୍ତା ନିର୍ମାଣ ପରେ ରାସ୍ତା ଉପରେ ଘାସର ଆସର ଦେଖିବାକୁ ମିଳିଛି। ଯେମିତି ଷ୍ଟାଡିୟମ ନିର୍ମାଣ ନାଁ ରେ ସବୁ ଟଙ୍କା ପାଣିରେ ପଡିଛି। ଏହିଭଳି ଘଟଣାରେ ଯେମିତି ଦୁର୍ନିତିର ଗନ୍ଧ ଜଳ ଜଳ ଦେଖିବାକୁ ମିଳିଛି।

ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ନିର୍ମାଣ ୨୦୧୬ ମସିହାରୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ୨୦୨୪ ମସିହା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ ପରେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି। ହେଲେ ୮ ବର୍ଷ ମଧ୍ୟରେ ଅଧା କାର୍ଯ୍ୟ ମଧ୍ୟ ଶେଷ ହୋଇପାରିଲା ନାହିଁ। ସବୁ ପରେ କ୍ରୀଡ଼ାର ବିକାଶର ନାରା ଦେଇଥିବା ନବୀନ ସରକାରଙ୍କ ଦୃଷ୍ଟି ଏହି ଷ୍ଟାଡିୟମ ଉପରେ କାହିଁକି ପଡିନଥିଲା। ଏହାକୁ ନେଇ ସାଧାରଣରେ ଅଭିଯୋଗ ହୋଇଛି।

ଅନ୍ୟ ପଟେ ଦୁଇ ଦୁଇ ବିଧାୟକ ଭାବେ ବ୍ୟୋମକେଶ ବିଜୟ ପରେ ତୃତୀୟ ଥର ହାଟ୍ରିକ ମାରିଵା ପରେ ଏବେ ପର୍ଯ୍ୟନ୍ତ କିଛି କାର୍ଯ୍ୟ ହୋଇ ନ ଥିବା ବେଳେ ପୁଣି ଏକ ଷ୍ଟାଡିୟମ ଚାନ୍ଦବାଲି ଦୂର୍ଗା ପଡିଆ ଠାରେ ତିଆରି ହେଉଛି। ତାହା ପୁଣି ମନ୍ଥର ଗତିରେ କାର୍ଯ୍ୟ ଚାଲୁଥିବା ବେଳେ ଏହା ଉପରେ ବିଭାଗୀୟ ଅଧିକାରୀମାନେ କଣ ପାଇଁ ଆଖିବୁଜି ଦେଇଛି ତାହା ଏବେ କ୍ରୀଡ଼ାପ୍ରେମୀଙ୍କୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ନିରାଶ ହୋଇଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି କନ୍ଧା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପାଇଁ ଯାହା ଟଙ୍କା ଆସିଥିଲା ତାହା ଶେଷ ହୋଇଯାଇଛି। ଏନ୍ ଏ ସି କୁ ଅନୁରୋଧ କରୁଛି ଯଦି ଅର୍ଥ ମଞ୍ଜୁର ହୁଏ ତାହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଦୂର୍ଗା ପଡିଆ ଠାରେ ତିଆରି ହେଉଥିବା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପରେ କନ୍ଧା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବ। ସାଧାରଣ ଲୋକଙ୍କ ପ୍ରଶ୍ନ ଗୋଟିଏ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିନଥିବା ବେଳେ ପୁଣି ଏକ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ନେଇ ସନ୍ଦେହ ଘେର ରହିଛନ୍ତି।

ଯଥାଶୀଘ୍ର ଅଧାପନ୍ତରିଆ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଚାନ୍ଦବାଲିରେ ନିର୍ମିତ ଷ୍ଟାଡିୟମ ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ଏବଂ କ୍ରୀଡ଼ାମନ୍ତ୍ରୀଙ୍କୁ ଚାନ୍ଦବାଲି ବାସୀ ଅନୁରୋଧ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now