ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ।
ଯଦି ପିଲାମାନଙ୍କର ବ୍ୟାକ୍ଗ୍ରାଉଣ୍ଡ୍, ବିଚାର, ଚେହେରା କିମ୍ବା ବ୍ୟକ୍ତିତ୍ୱକୁ ନେଇ କୌଣସି ନକାରାତ୍ମକ ମନ୍ତବ୍ୟ ଦିଆଯାଏ, ତେବେ ସେମାନେ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ କମିଯାଏ। ବାପାମାଆଙ୍କର କେତେକ ଭୁଲ୍ ହିଁ ପିଲାମାନଙ୍କ ମନରେ ହୀନଭାବନା ସୃଷ୍ଟି କରେ।
ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ ।
ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ।
ବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।
ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ ।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।
ପରମେଶ୍ୱର ଖେମୁଣ୍ଡି ଓ ସୁକାନ୍ତି ଦାସଙ୍କ ତିନି ମାସର ପୁଅ ଗତ ୩ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସର ତଦନ୍ତ ପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।
ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ?
ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ। ୬ଟି ସ୍ୱର୍ଣ୍ଣ,୯ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହିତ ମୋଟ ୨୭ ପଦକ ଜିତିସାରିଲେଣି ଭାରତୀୟ ଆଥଲେଟ୍ସ ।
ବ୍ୟାଙ୍କରେ ଅଫିସର୍ ହେବାକୁ କିଏ ବା ନ ଚାହେଁ। ଆପଣ ଯଦି ବ୍ୟାଙ୍କରେ ସରକାରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।
ପାଦ ଚିପି ଚିପି ନଦୀ ପାର୍ ହୋଇଥାନ୍ତି ଏଠିକାର ଗରିବ ଲୋକେ । ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି ।
ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ ।
ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଏଭଳି ବଡ ବୟାନ ।
ଏଣିକି ବିନା ସର୍ଜରୀରେ ହୋଇପାରୁଛି ୟୁଟେରସ ଟ୍ୟୁମର ଚିକିତ୍ସା। ମାଇକ୍ରୋୱେଭ ଆବଲେସନ୍ ନାମକ ନୂଆ ଚିକିତ୍ସା ପଦ୍ଧତି ଜରିଆରେ ଟ୍ୟୁମରକୁ ମେଲ୍ଟ କରାଯାଇ ଭଲ କରାଯାଇ ପାରୁଛି। ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବେ ବ୍ୟବହାର ହେଉଥିବା ଏହି ନୂଆ ପଦ୍ଧତିରେ ଓଡ଼ିଶାରେ ପ୍ରଥମ ଥର ଲାଗି ୟୁଟେରସ ଟ୍ୟୁମର ଚିକିତ୍ସା କରାଯାଇଛି।
ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ବୁଲିବ ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୧୬ ବର୍ଷରେ ଡାକ୍ତର ଓ ୨୨ ବର୍ଷ ବୟସରେ ବନିଗଲେ ଆଇଏଏସ୍ ଅଧିକାରୀ।ହେଲେ ମଧ୍ୟ ତାଙ୍କ ମନ ମାନିଲାନି। ଛାଡିଦେଲେ କଲେକ୍ଟର ଚାକିରୀ। ମେଡିକାଲ ଓ ସିଭିଲ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଡାକ୍ତର ଓ ପରେ କଲେକ୍ଟର ବନିଥିଲେ ମଧ୍ୟ ବ୍ୟବସାୟ ପାଇଁ ସେ ଏହି ଚାକିରୀ ଛାଡିଦେଲେ ।
ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଥ୍ୟାର ସଂକତେ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।
ମାଆ ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା ଯଶୋଦା । କିନ୍ତୁ କାହ୍ନାକୁ ମାଆ କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ ।
ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।