Advertisment

Viral Video: ଭାରତୀୟଙ୍କ ଆତିଥ୍ୟକୁ ଖୁବ୍ ପ୍ରଶଂସା କଲେ ବିଦେଶୀ, ଆଉ କହିଲେ ଆମେରିକା ହୋଇଥିଲେ…

ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।

author-image
Pramod Behera
US man praises indian hospitality with American one

US man praises indian hospitality with American one

ନିଜ ଦେଶକୁ କିଏ ବା ଭଲ ନ ପାଏ ଆଉ ପ୍ରଶଂସା ନ କରେ। ହେଲେ ଯେତେବେଳେ କୌଣସି ବିଦେଶୀ ନିଜ ଦେଶକୁ ସମ୍ମାନ ଦିଏ ସେତେବେଳେ ଛାତି କୁଣ୍ଡେମୋଟ ହୋଇଯାଏ। ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ।

Advertisment

ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ମଜାଦାର ଭିଡିଓରେ ଜଣେ ଆମେରିକୀୟ ବ୍ୟକ୍ତି ଭାରତର ଆତିଥ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ଏବଂ ଭାରତ ଏବଂ ଆମେରିକାର ପାର୍ଥକ୍ୟ ବୁଝାଇଛନ୍ତି। କେବଳ ଏତିକି ନୁହେଁ ସେ ଭାରତରେ କି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ମଧ୍ୟ କହିଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଏହି ଭିଡିଓରେ ନଜର ଆସିଛନ୍ତି ଆମେରିକୀୟ ଜନ୍ ନାମକ ଜଣେ ବ୍ୟକ୍ତି। ତାଙ୍କ ଭିଡିଓର କ୍ୟାପ୍‌ସନ୍‌ରେ ଜନ୍ ଲେଖିଛନ୍ତି, “ମୋତେ ଅଧିକ ଖାଇବାକୁ ନ ଦେଇ ମୁଁ କିପରି ଜଣେ ଭାରତୀୟଙ୍କ ଘରକୁ ଯିବି? ମୁଁ ଆତିଥ୍ୟକୁ ଭଲ ପାଏ କିନ୍ତୁ ବେଳେବେଳେ ଏହା ଅତ୍ୟଧିକ ହୋଇଥାଏ!”

ଜନ୍ ତାଙ୍କ ଭିଡିଓରେ କହିଛନ୍ତି, “ଭାରତୀୟମାନେ ଆତିଥ୍ୟରେ ବହୁତ ଭଲ। ଯଦି ବି ମୁଁ ସେମାନଙ୍କୁ ସୂଚନା ନ ଦେଇ ସନ୍ଧ୍ୟା ୪ ଟାରେ ଭାରତୀୟଙ୍କ ଘରେ ପହଞ୍ଚେ, ତଥାପି ସେମାନେ ମୋତେ ବହୁତ ଖାଇବାକୁ ଦିଅନ୍ତି। ଯଦି ଆପଣ ଆମେରିକାରେ ଏହା କରନ୍ତି, ତେବେ ଆପଣ ସେତିକି ଭାଗ୍ୟବାନ ହୋଇଥିଲେ ପାଣି ଗ୍ଲାସ ପାଇପାରିବେ।”

ଏହା ପରେ ଜନ୍ ଭାରତୀୟଙ୍କ ଆତିଥ୍ୟ ସହିତ ଏକ ସମସ୍ୟାକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଭାରତରେ କେବଳ ଏକମାତ୍ର ସମସ୍ୟା ହେଉଛି ବେଳେବେଳେ ସେମାନେ ବହୁତ ଖାଇବାକୁ ଦିଅନ୍ତି। ମୁଁ ବିନମ୍ର ହେବାକୁ ଚେଷ୍ଟା କରେ, ପରୋକ୍ଷରେ କୁହେ ଯେ ମୋ ପେଟ ପୂରା ଅଛି, ତଥାପି ସେମାନେ ମୋତେ ବହୁତ ଖାଇବା ଦିଅନ୍ତି। ଏପରି ପରିସ୍ଥିତିରେ ମତେ ଲାଗେ ଏହା ଖରାପ ହେବ ମୁଁ ନ ଖାଇଲେ।”

ଜନ୍ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ johninindia7 ରେ ଶେୟାର କରିଛନ୍ତି। ଏହି ଭିଡିଓଟି ଯାହା ମାତ୍ର ୪ ଦିନରେ୯ ଲକ୍ଷରୁ ଅଧିକ ଭିୟୁ ପାଇଛି। ତାଙ୍କ ବାୟୋରେ ସେ ନିଜକୁ ଜଣେ ଡିଜିଟାଲ୍ କ୍ରିଏ୍‌ଟର୍ ବୋଲି ଲେଖିଛନ୍ତି ଏବଂ ଏହା ମଧ୍ୟ ଲେଖିଛନ୍ତି, "ଆମେରିକୀୟ ଭାରତୀୟଙ୍କୁ ବିବାହ କଲେ ଏବଂ ଭାରତକୁ ନେଇ ରିଲ୍ ଏବଂ ବ୍ଲଗ୍ ତିଆରି କରୁଛନ୍ତି।"

ତେବେ ପ୍ରକାଶଥାଉ ଯେ ୨୦୧୬ ମସିହାରେ ଭାରତୀୟ ଝିଅ ଆରାଧନାଙ୍କ ସହିତ ଜନ୍‌ଙ୍କର ଏକ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଏବେ ଏବେ ଭାଇରାଲ୍ ହେଉଥିବା ତାଙ୍କର ଏହିସବୁ ଭିଡିଓରେ ଲୋକମାନେ ଅନେକ ମତ ମଧ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ଅତିଥି ଦେବୋ ଭବଃ, ଏହା ଆମର ସଂସ୍କୃତି।”

Viral Video
Advertisment
Advertisment