Advertisment

SBI Recruitment 2024: SBIରେ ପୂରଣ ହେବ ଅଫିସର୍ ପଦବୀ; ବାର୍ଷିକ ଦରମା ୪୫ ଲକ୍ଷ ଟଙ୍କା

ବ୍ୟାଙ୍କରେ ଅଫିସର୍ ହେବାକୁ କିଏ ବା ନ ଚାହେଁ। ଆପଣ ଯଦି ବ୍ୟାଙ୍କରେ ସରକାରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
SBI Recruitment 2024  Apply for 58 posts

SBI Recruitment 2024 Apply for 58 posts

ବ୍ୟାଙ୍କରେ ଅଫିସର୍ ହେବାକୁ କିଏ ବା ନ ଚାହେଁ। ଆପଣ ଯଦି ବ୍ୟାଙ୍କରେ ସରକାରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ SBIରେ ସ୍ପେସାଲିଷ୍ଟ୍ ଅଫିସର୍‌(SO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ବିଶେଷକରି ଟେକ୍ନିକାଲ୍ ପିଲା ଏହାର ସୁଯୋଗ ନେବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୫୮ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment 2024 Apply for 58 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୩ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଡେପୁଟି ଭାଇସ୍ ପ୍ରେସିଡେଣ୍ଟ୍ – ୩ଟି ପୋଷ୍ଟ୍
  • ଆସିଷ୍ଟାଣ୍ଟ୍ ଭାଇସ୍ ପ୍ରେସିଡେଣ୍ଟ୍ – ୩୦ଟି ପୋଷ୍ଟ୍
  • ସିନିୟର ସ୍ପେଶାଲ୍ ଏଜୁକ୍ୟୁଟିଭ୍ – ୨୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

ଡେପୁଟି ଭାଇସ୍ ପ୍ରେସିଡେଣ୍ଟ୍ –

  • BE B.Tech/MCA କିମ୍ବା M.Tech ଡିଗ୍ରୀ
  • ଏହା ବ୍ୟତୀତ ଦଶ ବର୍ଷର ଅଭିଜ୍ଞତା ମଧ୍ୟ

ଆସିଷ୍ଟାଣ୍ଟ୍ ଭାଇସ୍ ପ୍ରେସିଡେଣ୍ଟ୍ –

  • B.Tech/BE କିମ୍ବା BCA ପାଶ୍
  • ଏହା ବ୍ୟତୀତ ଦଶ ବର୍ଷର ଅଭିଜ୍ଞତା

ସିନିୟର ସ୍ପେଶାଲ୍ ଏଜୁକ୍ୟୁଟିଭ୍ –

  • BE / BTech କିମ୍ବା MCA କିମ୍ବା MTech / MSc ଡିଗ୍ରୀ
  • ଏହା ବ୍ୟତୀତ ଆଠ ବର୍ଷର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ଡେପୁଟି ଭାଇସ୍ ପ୍ରେସିଡେଣ୍ଟ୍ – ୩୧ ବର୍ଷରୁ ୪୫ ବର୍ଷ
  • ଆସିଷ୍ଟାଣ୍ଟ୍ ଭାଇସ୍ ପ୍ରେସିଡେଣ୍ଟ୍ – ୨୯ ବର୍ଷରୁ ୪୨ ବର୍ଷ
  • ସିନିୟର ସ୍ପେଶାଲ୍ ଏଜୁକ୍ୟୁଟିଭ୍ – ୨୭ ବର୍ଷରୁ ୪୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବାର୍ଷିକ ଦରମା:

  • ଡେପୁଟି ଭାଇସ୍ ପ୍ରେସିଡେଣ୍ଟ୍ – ୪୫ ଲକ୍ଷ ଟଙ୍କା
  • ଆସିଷ୍ଟାଣ୍ଟ୍ ଭାଇସ୍ ପ୍ରେସିଡେଣ୍ଟ୍ – ୩୫ ଲକ୍ଷ ଟଙ୍କା
  • ସିନିୟର ସ୍ପେଶାଲ୍ ଏଜୁକ୍ୟୁଟିଭ୍ –୨୯ ଲକ୍ଷ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

କାର୍ଯ୍ୟ ଅବଧି:

  • ତିନି ବର୍ଷ ପାଇଁ ଏସବିଆଇର ଏହି ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ।
  • ପରେ ବ୍ୟାଙ୍କ ଏହାକୁ ଆଉ ୨ ବର୍ଷ ପାଇଁ ବଢାଇପାରେ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୭୫୦ ଟଙ୍କା
  • SC/ST/ PwBD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସଟ୍‌ଲିଷ୍ଟ୍
  • ସାକ୍ଷାତକାର
  • ମେରିଟ୍ ଲିଷ୍ଟ୍
SBI Govt Jobs Job Search Job Seekers SBI Jobs SBI Recruitment
Advertisment
Advertisment