Advertisment

IAS ଚାକିରୀ ଛାଡ଼ି ବନିଲେ ବ୍ୟବସାୟୀ, ଜାଣଛନ୍ତି ଇଏ କିଏ ?

୧୬ ବର୍ଷରେ ଡାକ୍ତର ଓ ୨୨ ବର୍ଷ ବୟସରେ ବନିଗଲେ ଆଇଏଏସ୍ ଅଧିକାରୀ।ହେଲେ ମଧ୍ୟ ତାଙ୍କ ମନ ମାନିଲାନି। ଛାଡିଦେଲେ କଲେକ୍ଟର ଚାକିରୀ। ମେଡିକାଲ ଓ ସିଭିଲ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଡାକ୍ତର ଓ ପରେ କଲେକ୍ଟର ବନିଥିଲେ ମଧ୍ୟ ବ୍ୟବସାୟ ପାଇଁ ସେ ଏହି ଚାକିରୀ ଛାଡିଦେଲେ ।

author-image
Pallipuspa Samal
succes story

succes story

୧୬ ବର୍ଷରେ ଡାକ୍ତର ଓ ୨୨ ବର୍ଷ ବୟସରେ ବନିଗଲେ ଆଇଏଏସ୍ ଅଧିକାରୀ। ହେଲେ ମଧ୍ୟ ତାଙ୍କ ମନ ମାନିଲାନି। ଛାଡିଦେଲେ କଲେକ୍ଟର ଚାକିରୀ। ହଁ ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ। ଏହି ଯୁବକ ଜଣକ ଅଳ୍ପ ବୟସରେ ମେଡିକାଲ ଓ ସିଭିଲ ସର୍ଭିସ ଭଳି କଠିନ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଡାକ୍ତର ଓ ପରେ କଲେକ୍ଟର ବନିଥିଲେ ମଧ୍ୟ ବ୍ୟବସାୟ ପାଇଁ ସେ ଏହି ଚାକିରୀ ଛାଡିଦେଲେ। ଆମେ କହୁଛୁ ଏଡଟେକ୍ କମ୍ପାନୀ “ଅନଏକାଡେମୀ”ର ସହ-ପ୍ରତିଷ୍ଠାତା ରୋମନ ସୈନୀଙ୍କ କଥା।

Advertisment

ରାଜସ୍ଥାନ ଜୟପୁରେ ରୋମନଙ୍କ ଜନ୍ମ। ପିଲାଟି ଦିନୁ ସେ ପାଠପଢାରେ ବହୁତ ହୁସିଆର ଥିଲେ। ଏକଥାର ଅନ୍ଦାଜ ଆପଣ ଏଥିରୁ ଲଗାଇ ପରିବେ ଯେ, ରୋମନ ମାତ୍ର ୧୬ ବର୍ଷ ବୟସରେ AIIMSର ପ୍ରବେଶିକା ପରୀକ୍ଷାରେ ପାସ ହୋଇ ୬ମାସ ପାଇଁ ଡାକ୍ତରୀ ଅଭ୍ୟାସ କରିଥିଲେ। ଏହି ସମୟରେ ସେ ସିଭିଲ୍ ସର୍ଭିସ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏବଂ ମାତ୍ର ୨୨ବର୍ଷ ବୟସରେ ନିଜର ପ୍ରଥମ ପ୍ରୟାସରେ ସେ ଏହି କଷ୍ଟଦାୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଗଲେ। ଏହାପରେ ମଧ୍ୟପ୍ରଦେଶ କ୍ୟାଡରର ପ୍ରଶାସନିକ ଅଧିକାରୀ ଭାବେ ତାଙ୍କୁ ଏକ ଜିଲ୍ଲାରେ କଲେକ୍ଟର ଭାବେ ନିଯୁକ୍ତ କରାଯାଇଥିଲା।

ସାଧାରଣତଃ ଡାକ୍ତର ଓ କଲେକ୍ଟରକୁ ଦେଶରେ ଏକ ସମ୍ମାନଜନକ ବୃତ୍ତି ଭାବେ ଦେଖାଯାଏ। ପ୍ରତ୍ୟେକ ଛାତ୍ରଙ୍କ ଇଚ୍ଛା ଥାଏ ମେଡିକାଲ ଓ ସିଭିଲସର୍ଭିସ ପରୀକ୍ଷାରେ ପାସ ହୋଇ ସ୍ୱପ୍ନର ଚାକିରୀ କରିବାକୁ। ହେଲେ ରୋମନଙ୍କ ଚିନ୍ତାଧାରା ଟିକିଏ ଅଲଗା ଥିଲା। କଲେକ୍ଟର ଚାକିରୀ ଛାଡି ସଫଳ ବ୍ୟବସାୟୀ ହେବାକୁ ସ୍ୱପ୍ନ ଦେଖିଲେ ସେ। ସେଥିପାଇଁ ସେ ୨୦୧୫ରେ IAS ଚାକିରିରୁ ଇସ୍ତଫା ଦେଇଥିଲେ ଏବଂ ଏଡଟେକ୍ ବା ଏଜୁକେସନାଲ ଟେକନୋଲୋଜୀ କମ୍ପାନୀ “ଅନଏକାଡେମୀ”ର ସହ-ପ୍ରତିଷ୍ଠାତା ଗୌରବ ମୁଞ୍ଜାଲ ଏବଂ ହିମେଶ ସିଂଙ୍କ ସହ ମିଶି ଏକ ନୂତନ କ୍ୟାରିୟର ଆରମ୍ଭ କରିଥିଲେ|

Advertisment

ଅନଏକାଡେମୀ ଅନଲାଇନ ଏକ ସଂସ୍ଥା ଯାହା ମାଧ୍ୟମରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଇଥାଏ | ଅତ୍ୟଧିକ ଖର୍ଚ୍ଚ ବିନା UPSC ପାଇଁ କୋଚିଂ ମିଳୁଥିବାରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହା ଖୁବ ଆଦୃତ ହୋଇଛି| ରିପୋର୍ଟ ଅନୁଯାୟୀ, ଅନଏକାଡେମୀର ସିଇଓ ଗୌରବ ମୁଞ୍ଜାଲ ୧.୫୮କୋଟି, ହେମେଶ ସିଂ ୧.୧୯ କୋଟି ଏବଂ ରୋମାନ ସୈନୀ ୮୮ ଲକ୍ଷ ଟଙ୍କା ବେତନ ପାଆନ୍ତି।

Success Story
Advertisment
Advertisment