• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ପରଦାକୁ ଫେରୁଛନ୍ତି ବଲିଉଡ୍ ଅଭିନେତ୍ରୀ ରାନୀ ମୁଖାର୍ଜୀ । ଜବରଦସ୍ତ କାହାଣୀ ସହିତ ବଡ଼ ପରଦାକୁ ଫେରିବାକୁ ରାନୀ ପ୍ରସ୍ତୁତ ହେଉଛନ୍ତି । ବଲିଉଡ ର 'ମାର୍ଦ୍ଦାନୀ' କୁହାଯାଉଥିବା ରାନୀ ବର୍ତ୍ତମାନ ‘Mrs. ଚାଟାର୍ଜୀ vs ନରୱେ' ଫିଲ୍ମରେ ନଜର ଆସିବେ ।

ଫିଲ୍ମଟି ବହୁତ ହୃଦୟ ସ୍ପର୍ଶୀ ହୋଇଥିବା କୁହାଯାଉଛି । ଏହି ଚଳଚ୍ଚିତ୍ରଟି ଜଣେ ମା’ଙ୍କ ଉପରେ ନିର୍ମାଣ କରାଯାଉଛି । ଯେଉଁଥିରେ ଜଣେ ମା’ଙ୍କର ସଂଘର୍ଷ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି ।

ଅଧିକ ପଢ଼ନ୍ତୁ: ଆସୁଛି PROJECT-K; ପ୍ରଭାସଙ୍କ ସହ ଆକ୍ସନ କରିବେ ଦୀପିକା ପାଦୁକୋନ

ଫିଲ୍ମଟି ଏକ ବଙ୍ଗାଳୀ ପରିବାରର କାହାଣୀ ଉପରେ ଆଧାରିତ । ଦେବୀକା ଚାଟାର୍ଜୀ ଭୂମିକାରେ ରାନୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାନୀ ଓରଫ ଦେବୀକାଙ୍କ ୨ଟି ସନ୍ତାନ ରହିଛି । ଯାହାକୁ ଦେବୀକା ଖୁବ୍‌ ଭଲ ପାଇବା ସହ ସ୍ନେହ ଦେଉଥିବା ଦେଖିବାକୁ ମିଳିବ ।

ପରେ ପରେ କାହାଣୀରେ ଜବରଦସ୍ତ ଟ୍ୱିଷ୍ଟ ଦେଖିବାକୁ ପାଇବେ ଦର୍ଶକ । ଦେବୀକାଙ୍କ ଦୁଇ ପିଲାଙ୍କୁ ହଠାତ୍‌ ଚାଇଲ୍ଡ ଲାଇନ୍‌ ସଦସ୍ୟ ମାନେ ଉଠାଇନେବା ପରେ ଚାଲିବ ଦେବୀକାଙ୍କ ସଂଘର୍ଷ । ପିଲାଙ୍କୁ ଫେରିପାଇବା ପାଇଁ ସରକାରଙ୍କ ସହ ଲଢ଼େଇ କରିବେ ଦେବୀକା । ପରେ ଫିଲ୍ମରେ ଅନେକ ଗୁଡ଼ିଏ ମୋଡ଼ ଦେଖିବାକୁ ମିଳିବ ।

‘Mrs. ଚାଟାର୍ଜୀ vs ନରୱେ' ଫିଲ୍ମର କାହାଣୀ ଏକ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ରାନୀଙ୍କ ସହ ନୀନା ଗୁପ୍ତା ଏବଂ ଅନିର୍ବାନ ଭଟ୍ଟାଚାର୍ଯ୍ୟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ଜି ଷ୍ଟୁଡିଓ ଦ୍ୱାରା ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶ ଭାର ଆଶିମା ଖିବର ସମ୍ଭାଳିଛନ୍ତି । ମାର୍ଚ୍ଚ ୧୭ ତାରିଖ ୨୦୨୨ରେ ରାନୀଙ୍କ ନୂଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।