Advertisment

ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ହୋଲି ସମେତ ଅନେକ ପର୍ବପର୍ବାଣୀ ଚଳିତ ମାସରେ ପଡ଼ୁଛି। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Holidays In March 2023

Banks will remain closed for 12 days in March 2023

ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ହୋଲି ସମେତ ଅନେକ ପର୍ବପର୍ବାଣୀ ଚଳିତ ମାସରେ ପଡ଼ୁଛି। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଆସନ୍ତା ମାସ ଅର୍ଥାତ୍‌ ମାର୍ଚ୍ଚ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holiday) ଜାରି କରିଛି। ସାପ୍ତାହିକ ଛୁଟିକି ମିଶାଇ ଆସନ୍ତା ମାସରେ ମୋଟ୍‌ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। RBI ୱେବ୍‌ସାଇଟ୍‌ରେ ମଧ୍ୟ ବ୍ୟାଙ୍କ ଛୁଟି ତାଲିକା ନେଇ ଅପଡେଟ୍‌ କରାଯାଇଛି। କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।

ଅଧିକ ପଢ଼ନ୍ତୁ: ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?

ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ମାର୍ଚ୍ଚ ୩: ଚାପଚର କୁଟ- ମଣିପୁରରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୫: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୭: ହୋଲି/ହୋଲି(ଦ୍ୱିତୀୟ ଦିନ)/ହୋଲି କା ଦହନ/ଦୋଳ ଯାତ୍ରା- ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ
  • ମାର୍ଚ୍ଚ ୮: ହୋଲି ଅବସରରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ
  • ମାର୍ଚ୍ଚ ୯: ହୋଲି- ବିହାରରେ ବ୍ୟାଙ୍କ ବନ୍ଦ ରହିବ
  • ମାର୍ଚ୍ଚ ୧୧: ଦ୍ୱିତୀୟ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୧୨: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୧୯: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୨୨: ଗୁଡ଼ି ପଡୱା/ଉଗାଡ଼ି ଫେଷ୍ଟିଭାଲ/ବିହାର ଦିବସ/ତେଲୁଗୁ ନବବର୍ଷ- ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ
  • ମାର୍ଚ୍ଚ ୨୫: ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୨୬: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୩୦: ରାମ ନବମୀ ଯୋଗୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ
Advertisment

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

RBI Bank Holidays Bank Closed
Advertisment
Advertisment