/odishatv-khabar/media/post_attachments/uploadimage/library/16_9/16_9_0/H3N2__1678535926.jpg)
H3N2
ଦେଶରେ ସଂକ୍ରମଣ ବଢାଉଥିବା H3N2 ଇନଫ୍ଲୁଏଞ୍ଜା ଭାଇରସ ପାଇଁ ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିଲେଖି ପରାମର୍ଶ ଦେଇଛନ୍ତି ।
ତାହାସହ ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ମୁହଁ ଓ ନାକ ଘୋଡ଼େଇ ରଖିବାକୁ ନିର୍ଦ୍ଦେଶ ଦେବା ସହ ILI, SARI ଲକ୍ଷଣ ଥିଲେ ମନିଟରିଂ ସହ ସାମ୍ପଲ ପରୀକ୍ଷା ନିର୍ଦ୍ଦେଶ ଦିଆଯାଇଛି ।
ଡାକ୍ତରଖାନାରେ ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବରୁ କରୋନା ସଂକ୍ରମଣକୁ ନେଇ ରାଜ୍ୟମାନଙ୍କୁ ସତର୍କ କରାଇଥିଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ନିକଟକୁ ଚିଠିଲେଖି ସଚେତନ କରିଥିଲା କେନ୍ଦ୍ର । ଫଳରେ ସଚେତନତା ଯୋଗୁଁ ସାରା ଦେଶରେ କରୋନା ସଂକ୍ରମଣରେ ରୋକ୍ ଲାଗିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)