Advertisment

'ପଠାନ' ପ୍ରେମୀଙ୍କ ପାଇଁ ଖୁସି ଖବର, ଡିଲିଟ୍ ହୋଇଥିବା ସିନ୍‌କୁ ଦେଖିପାରିବେ

'ପଠାନ' କୁ ନେ‍ଇ ନୂଆ ଖବର। ଡିଲିଟ୍ ହୋଇଥିବା ସିନ୍‌କୁ ଦେଖିବେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ଏଥିରୁ କେତେକ ସିନ୍‌କୁ କଟା ଯାଇଥିଲା। ଏବେ ଦର୍ଶକ ଏହାକୁ ଦେଖି ପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Pathaan’s Deleted Scene Will Be Show On OTT

Pathaan’s deleted scene will be show on ott

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ‘ପଠାନ’ ଦ୍ୱାରା  ଶାହରୁଖ ଖାନ ବଡ଼ ପରଦାକୁ ଫେରିଛନ୍ତି। ତାଙ୍କୁ ଶେଷ ଥର ପାଇଁ 'ଜିରୋ (୨୦୧୮)' ରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ୍-ଥ୍ରୀଲର 'ପଠାନ୍' ରିଲିଜ୍ ହେବା ପରଠାରୁ ବକ୍ସ ଅଫିସ୍‌ରେ ପ୍ରାଧାନ୍ୟ ବିସ୍ତାର କରିଆସୁଛି।

Advertisment

ଦୀପିକା ପାଦୁକୋନ ଫିଲ୍ମରେ ଶାହାରୁଖଙ୍କୁ ପଚାରିଛନ୍ତି ଯେ ସେ ଜଣେ ମୁସଲମାନ କି? ସେ ଉତ୍ତର ଦେଇଛନ୍ତି ଯେ ଆଫଗାନିସ୍ତାନର ଗାଁରେ ପିଲାମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିବା ପରେ ତାଙ୍କୁ ପଠାନ ନା ଦିଆଯାଇଥିଲା। ତେବେ ତାଙ୍କର ଧର୍ମ କ’ଣ? ସିଦ୍ଧାର୍ଥ ଏକ ନୂଆ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଚରିତ୍ରର ଧର୍ମକୁ ନେଇ ଥିବା ସିନ୍‌ଟି ଡିଲିଟ୍ କରାଯାଇଥିଲା, ଯାହା OTT ରିଲିଜ୍‌ରେ ସାମିଲ୍ କରାଯିବ। ଦର୍ଶକ ଏହି ଡିଲିଟ୍ ସିନକୁ ଦେଖିବାର ସୁଯୋଗ ପାଇବେ।

ଅଧିକ ପଢ଼ନ୍ତୁ: ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ; ‘ବାହୁବଲୀ ୨’କୁ ପକେଇଲା ତଳେ

ଏକ ସାକ୍ଷାତକାରରେ ସିଦ୍ଧାର୍ଥ ଆନନ୍ଦ ପଠାନଙ୍କ ଧର୍ମ ବିଷୟରେ କହିଛନ୍ତି, 'ଏହା ଏକ ସମନ୍ୱୟ ଯେ ଅବ୍ବାସ, ଶ୍ରୀଧର, ଆଦି ଏବଂ ମୁଁ, ଆମେ ଚାରିଜଣ ସମାନ ବିଶ୍ୱାସ ନେଇ ଚାଲୁ। ଫିଲ୍ମରେ ମଧ୍ୟ ସମାନ ବିଶ୍ୱାସ ରଖୁ। ପଠାନର ଧର୍ମ କଣ ତାହା ଥିଏଟର ପାଇଁ ଡିଲିଟ୍ କରାଯାଇଥିଲା, ଯାହାକୁ ଆପଣ OTT ସଂସ୍କରଣରେ ଦେଖିପାରିବେ।

Advertisment

ସେ ପଠାନ ବିଷୟରେ ଆହୁରି ମଧ୍ୟ କହିଛନ୍ତି, “ଆମ ଭିତରୁ କେହି ତାଙ୍କୁ ନିଚ୍ଚ ଦେଖନ୍ତି ନାହିଁ। ଆମେ ସମସ୍ତେ ତାଙ୍କ ସହ ଅଛୁ। ତାଙ୍କ ବିଚାର ମହାନ ଥିଲା। ଏନେଇ ସେ ପଠାନ ହେଇଗଲେ। ଏବେ ତାଙ୍କର କୌଣସି ଧର୍ମ ନାହିଁ। ସେ କେବଳ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି।“”

ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍‌ଙ୍କୁ ପ୍ରଥମ ଥର ପାଇଁ 'ପଠାନ'ରେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ୟଶ୍‌ ରାଜ୍‌ ଫିଲ୍ମସ୍ ବ୍ୟାନର୍‌ରେ ନିର୍ମିତ। ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୩ରେ ତାମିଲ ଏବଂ ତେଲୁଗୁ ଭାଷାରେ ଡବଡ୍ ସଂସ୍କରଣ ସହିତ ମୁକ୍ତିଲାଭ କରିଥିଲା।

ସଲମାନ ଖାନଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ କୈମିଓ ଭାବେ ଦେଖାଦେଇଥିଲେ। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କୁ 'ପଠାନ' ନାମକ ଜଣେ RA ଫିଲ୍ଡ ଏଜେଣ୍ଟ ଭାବରେ ଦେଖିବାକୁ ମିଳେ। ଜନ୍‌ ଆବ୍ରାହାମ୍‌ ଭିଲେନ ଭୂମିକାରେ ଅଭିନୟ କରୁଥିବା ବେଳେ ସଲମାନ ଖାନ ଟାଇଗର ଫ୍ରାଞ୍ଚାଇଜ୍‌ରୁ ଟାଇଗର ଭାବରେ ତାଙ୍କର ଭୂମିକାକୁ ଦେଖେଇଛନ୍ତି। 'ପଠାନ'ର ସଂଗୀତ ବିଶାଲ-ଶେଖର ଦେଇଛନ୍ତି।

Deepika Padukone Bollywood Pathan Shahrukh Khan
Advertisment
Advertisment