• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୌତୁକ କଥା ଉଠିଲେ ଆପଣ ଏହାକୁ ଆଇନଗତ ଅପରାଧ ବୋଲି କହିବେ । ଯୌତୁକ ଦେବା କିମ୍ବା ନେବା ଉଭୟ ଏକ ଅପରାଧ ବୋଲି ଘୋଷଣା କରାଯାଇଛି । ବିବାହ ସମୟରେ ଯୌତୁକକୁ ନେଇ ଅନେକ କଥା ଅପଣମାନଙ୍କ ସାମ୍ନାକୁ ନିଶ୍ଚୟ ଆସିଥିବ । ଅଧିକ ଯୌତୁକ ପାଇଁ କିଛି ବିବାହ ଭାଙ୍ଗିବା ସହ କେତେକାଂଶ ସ୍ଥାନରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ମଧ୍ୟ ଆସିଥିବ ।

ସାଧାରଣତଃ ବରପକ୍ଷ କନ୍ୟାପକ୍ଷଙ୍କୁ ଯୌତୁକ ମାଗୁଥିବା କଥା ଆପଣ ଶୁଣିବାକୁ ପାଇଥିବେ । ହେଲେ ଏଠି ଘଟିଛି ଏକ ଭିନ୍ନ ଘଟଣା… ଆଉ ଭାଙ୍ଗିଯାଇଛି ବାହାଘର । ଅଧିକ ଯୌତୁକ ନମିଳିବାରୁ ନିଜେ ବାହାଘର ଭାଙ୍ଗିଛନ୍ତି କନ୍ୟା ।

ବେଦିରୁ ହାତଗଣ୍ଠି ପଡ଼ିବା ଆଗରୁ ଜଳିନାହିଁ ହୋମନିଆଁ । ଆଜ୍ଞା ହଁ ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ବରଘର ଅଧିକ ଯୌତୁକ ଦେଇନଥିବାରୁ ବାହାଘର ଭାଙ୍ଗି ଦେଇଛି କନ୍ୟା ।

ସୂଚନା ମୁତାବକ ହାଇଦ୍ରାବାଦର ଉପାନ୍ତ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ପ୍ରଥା ପରମ୍ପରା ଅନୁସାରେ ସେହି ଅଞ୍ଚଳରେ ବରପକ୍ଷ କନ୍ୟାପକ୍ଷଙ୍କୁ ଯୌତୁକ ଦେବାର ବିଧି ରହିଛି । ପ୍ରଥା ମୁତାବକ କନ୍ୟାପକ୍ଷ ବରପକ୍ଷଙ୍କୁ ୨ଲକ୍ଷ ଟଙ୍କା ଯୌତୁକ ଦାବିକରିଥିଲେ ।

ବରପକ୍ଷ ମଧ୍ୟ ଦାବି କରାଯାଇଥିବା ଟଙ୍କାକୁ କନ୍ୟାଘର ପରିବାରକୁ ଦେଇଥିଲେ । ହେଲେ ବିବାହ ସମୟରେ କନ୍ୟା ଜଣକ ବରପକ୍ଷଙ୍କୁ ଅଧିକ ଯୌତୁକ ଦେବାକୁ ଦାବି କରିଥିଲେ । ଯାହାକୁ ନେଇ ବାହାଘର ଅଧାରେ ରହିଥିଲା ।

ଘଟଣାକୁ ନେଇ ବରଘର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ ଉଭୟ ବରପକ୍ଷ ଓ କନ୍ୟାପକ୍ଷଙ୍କୁ ଡକାଇ ପଚରାଉଚରା କରିଥିଲା । ପରେ ବର ଏହି ବାହାଘରରେ ରାଜିନଥିବା କହିଥିଲେ । ତେଣୁ କନ୍ୟାଘର ଲୋକ ଯୌତୁକ ନେଇଥିବା ୨ଲକ୍ଷ ଟଙ୍କା କନ୍ୟା ଘରକୁ ଫେରସ୍ତ କରିଥିଲେ । ପରେ ପୋଲିସର ବୁଝାମଣା ପରେ ବାହାଘର ବାତିଲ କରି ଉଭୟ ପରିବାର ସେମାନଙ୍କ ଘରକୁ ଫେରିଯାଇଛନ୍ତି ।