• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବନ୍ଦ ହେଲା ALH ଧ୍ରୁବ୍ ହେଲିକପ୍ ଟରର ଉଡ଼ାଣ । ମୁମ୍ବାଇ ଉପକୂଳରେ ଦୁଇ ଦିନ ତଳେ ଘଟିଥିବା ହେଲିକପ୍ଟର୍ ଦୁର୍ଘଟଣା ପରେ ଏହାର ଉଡ଼ାଣକୁ ବନ୍ଦ କରି ଦେଇଛି ପ୍ରତିରକ୍ଷା ବାହିନୀ । ହେଲିକପ୍ଟର୍ ଦୁର୍ଘଟଣାର କାରଣ ଜଣାନପଡ଼ିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଭାରତୀୟ ତଟରକ୍ଷୀ ବାହିନୀ ସହ ନୌସେନା ଓ ବାୟୁସେନା ଦ୍ୱାରା ଏହି ହେଲିକପ୍ଟର୍ ପରିଚାଳିତ ହୋଇଥାଏ ।

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଯେପର୍ଯ୍ୟନ୍ତ ଅନୁସନ୍ଧାନକାରୀ ଟିମ୍ ମୁମ୍ବାଇ ଉପକୂଳରେ ହୋଇଥିବା ଏହି ହେଲିକପ୍ଟର୍ ଦୁର୍ଘଟଣାର କାରଣ ନା ଜାଣିଛନ୍ତି ଏବଂ ଏ ନେଇ ସତର୍କତାମୂଳକ ପଦକ୍ଷେପ ନିଆ ନଯାଇଛି, ସେପର୍ଯ୍ୟନ୍ତ ଏ ହେଲିକପ୍ଟର୍ ଉଡ଼ାଣ ବନ୍ଦ ରଖାଯିବ ।

ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର । ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ । ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ। ହାଲ୍ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ହେଲିକପ୍ଟର୍ ଉଡ଼ାଣରେ ଯେଭଳି କୌଣସି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯାଉଛି ।

ଧ୍ରୁବ୍ ହେଲିକପ୍ଟର୍ ଖୁବ୍ ଶୀଘ୍ର ଉଡ଼ାଣରେ ପୁଣି ସାମିଲ ହେବା ନେଇ ସେନା ଅଧିକାରୀ ଆଶା ରଖିଛନ୍ତି । ଗତ ବୁଧବାର ଭାରତୀୟ ନୌସେନାର ଏଏଲ୍ ଏଚ୍ ଧ୍ରୁବ୍ ହେଲିକପ୍ଟର ଦୈନଦିନ ଉଡ଼ାଣ ବେଳେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଏହା ପରେ ମୁମ୍ବାଇ ଉପକୂଳ ନିକଟ ଆରବ ସାଗରରେ ପାଣି ଉପରେ 
ହେଲିକପ୍ଟର୍‌ଟି ଜରୁରୀ ଅବତରଣ କରିଥିଲା ​​। ପରେ ତ୍ୱରିତ ପଦକ୍ଷେପ ଯୋଗୁଁ କ୍ରୁ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।