• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

H3N2 ଇନଫ୍ଲୁଏନଜା ଭାଇରସ ଭାରତରେ ପ୍ରଥମ ଜୀବନ ନେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । H3N2 ଭାଇରସ ଦ୍ୱାରା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର କର୍ଣ୍ଣାଟକରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ହରିୟାଣାରେ ମଧ୍ୟ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ପରେ ଦେଶର ଅନ୍ୟ ରାଜ୍ୟକୁ ଏ ଭୂତାଣୁ ବ୍ୟାପୁଥିବା ଅନୁମାନ କରାଯାଉଛି ।

H3N2 ଭାଇରସ । ଥଣ୍ଡା, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରଖୁଥିବା ଏ ଭାଇରସ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପରେ ଏହାକୁ ନେଇ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସତର୍କତା ଜାରି କରିଛନ୍ତି ।

ପରିସ୍ଥିତିର ମୁକାବିଲା ଲାଗି ଅନ୍ୟ ରାଜ୍ୟମାନଙ୍କ ସହ ମିଶି ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଦେଶରେ ବର୍ତ୍ତମାନ ସୁଦ୍ଧା H3N2 ଭାଇରସରେ ୯୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସାଧାରଣ ଜ୍ୱର, ଥଣ୍ଡା, କାଶ ଓ ଅଣନିଶ୍ୱାସୀ ହେବା ଏହି ରୋଗର ଲକ୍ଷଣ । ଏହି ଭାଇରସ ବେଶି ଘାତକ ନହେଲେ ବି ପୂର୍ବରୁ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଆଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।