• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ସାମ୍ନାକୁ ଆସିଲା ମଦ୍ୟପଙ୍କ ବିଚିତ୍ର କାରନାମା । ସାଥିହୋଇ ମଦ୍ୟପାନ କଲେ ଯୁବକ। ପରେ କୌଣସି କାରଣକୁ ନେଇ ବଚସା ହେବା ପରେ ଯୁବକଙ୍କ ଅନ୍ତଃନଳୀରେ ଭର୍ତ୍ତି କରିଦେଲେ Vodka ବୋତଲ ।

ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ସଫଳତାର ସହ ଯୁବକଙ୍କ ପେଟରୁ ମଦ ବୋତଲ ବାହାର କରାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ବି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ ଏପରି ଏକ ଘଟଣା ନେପାଳରେ ଘଟିଛି । ୨୬ ବର୍ଷିୟ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରିବା ପରେ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଉତହାଟ ଜିଲ୍ଲାର ଗୁଜରା ମୁନିସିପାଲିଟିରେ ଏହି କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେଠାରେ ଡାକ୍ତର ସଫଳତାର ସହ ଅଢ଼େଇ ଘଣ୍ଟା ଅପରେସନ କରି ବୋତଲଟିକୁ ପେଟରୁ ବାହାର କରିଛନ୍ତି । ଘଟଣାକୁ ନେଇ ଜଣେ ଡାକ୍ତର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବୋତଲଟି ଯୁବକଙ୍କ ଅନ୍ତଃନଳୀ ଉପରେ ବିଶେଷ ପ୍ରଭାବ ପକାଇଛି । ତାଙ୍କର ମଳଦ୍ୱାର ଫୁଲି ରହିଛି । ବର୍ତ୍ତମାନ ମଧ୍ୟ ସେ ବିପଦରେ ଥିବା ଡାକ୍ତର କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ମଦ୍ୟପାନ କରି ଯୁବକଙ୍କ ବନ୍ଧୁମାନେ ତାଙ୍କ ପେଟ ଭିତରକୁ ମଦ ବୋତଲ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ରହିଛି । ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାନେଇ ତଦନ୍ତ କରାଯାଉଛି ।