ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା । ହେଲେ ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ଯେମିତି ଛାରଖାର ହୋଇଯାଇଛି । ବିଜୁଳି ଖୁଣ୍ଟରେ ଜୀବନ ଯିବା ପରେ ବାପାକୁ ଝୁରି ଝୁରି କାନ୍ଦୁଛି ଝିଅ...ଗୁମୁରି ଗୁମୁରି କାନ୍ଦୁଛି ମାଆ ।
ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି ହିସାବ ନାହିଁ l ନ୍ୟାୟ ପାଇବାକୁ ଆସୁଥିବା ବେଳେ ଅଫିସ ପିଣ୍ଡାରେ ବସି ଯାହାକୁ ଦେଖୁଛନ୍ତି ତାଙ୍କୁ ଗୁହାରି କରୁଛନ୍ତି । ହେଲେ ନ୍ୟାୟ ପାଇନାହାନ୍ତି ।
ବିନା ଟିକେଟ୍ରେ ଯାତ୍ରା କଲେ ଫାଇନ୍ ସାଙ୍ଗକୁ କଡ଼ା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଲୋକେ ଷ୍ଟେସନ୍ରେ ଟିକେଟ୍ କାଟୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି ।
ସ୍କଟ୍ଲାଣ୍ଡରେ ଫିଲ୍ମର ସୁଟିଂ ଅବଧି ସରି ଆସୁଥିବାରୁ ଅକ୍ଷୟ କୁମାର ଆହତ ହୋଇ ମଧ୍ୟ ସୁଟିଂ ଜାରି ରଖିଥିଲେ ।
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ ।
ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।
ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।
ଜିନିଷ ରହି ନଷ୍ଟ ହେବା ଅପେକ୍ଷା କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଗଜପତିର ମୋହନା ସମେତ ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ପ୍ରଚୁର ମାତ୍ରାରେ ଫଳିଛି ପଣସ କଠା । ଆଉ କିଲୋ ପିଛା ମାତ୍ର ୧୫ ଟଙ୍କା ଦରରେ ବାହାର ରାଜ୍ୟର ବେପାରୀଙ୍କୁ ପଣସ ବିକ୍ରି କରୁଛି ଚାଷୀ । ଚାଷୀଙ୍କଠାରୁ ୧୫ ଟଙ୍କାରେ କିଣି ଦୁଇ ତିନିଗୁଣା ଚଢା ଦରରେ ଖାଉଟିଙ୍କୁ ବିକ୍ରି କରୁଛନ୍ତି ଚାଷୀ ।
ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।
୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ ।
ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି ।
ପ୍ରଥମେ ମମତା–ଅଖିଳେଶ । ଗତକାଲି ମମତା-ନବୀନ । ଆଉ ଆଜି ମମତା- ଏଚ୍ ଡି କୁମାର ସ୍ୱାମୀ । ସପ୍ତାହକ ଭିତରେ ଜଣଙ୍କ ପରେ ଜଣେ ତିନିଟି ଦଳର ମୁଖିଆଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଭେଟଘାଟକୁ ନେଇ ସରଗରମ ରାଜନୀତି ।
ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।
ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।
ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ ।
୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଲିଥିଲେ ।
ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।
ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍ବି । ଫିଲ୍ମ ‘ପ୍ରୋଜେକ୍ଟ କେ’ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା ।