• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ର ସବୁଠାରୁ ଫିଟ୍‌ ଅଭିନେତା ଅକ୍ଷୟ କୁମାର ଆହତ । ସୁଟିଂ ସେଟ୍‌ରେ ଷ୍ଟଣ୍ଟ କରୁ କରୁ ଆହତ ହେଲେ ଖିଲାଡ଼ି କୁମାର । ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ସୁଟିଂ ସେଟ୍‌ରେ ଅକ୍ଷୟ କୁମାର ଆହତ ହୋଇଥିବା ଖବର ସମ୍ନାକୁ ଆସିଛି । ଟାଇଗର ଶ୍ରଫ୍‌ଙ୍କ ସହ ଏକ ଆକ୍ସନ୍ ସିନ ସୁଟିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ଲାଗିବା ପରେ ଆକ୍ସନ ସିନ୍‌କୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଅନ୍ୟ ସିନ୍‌ଗୁଡ଼ିକର ସୁଟିଂ ଜାରି ରହିଥିଲା । ତେବେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

ସ୍କଟ୍‌ଲାଣ୍ଡରେ ଫିଲ୍ମର ସୁଟିଂ ଅବଧି ସରି ଆସୁଥିବାରୁ ଅକ୍ଷୟ କୁମାର ଆହତ ହୋଇ ମଧ୍ୟ ସୁଟିଂ ଜାରି ରଖିଥିଲେ । ଏନେଇ ଫିଲ୍ମ ସହ ଜଡ଼ିତ ଜଣେ ସଦସ୍ୟଙ୍କଠାରୁ ସୂଚନା ମିଳିଛି । ଏବେ ସେ ଆଣ୍ଠୁରେ ବ୍ରାସ୍ ବାନ୍ଧି ସୁଟିଂ କରୁଛନ୍ତି । ଆମେ ସମସ୍ତେ ଜାଣନ୍ତି ବଲିଉଡ୍‌ରେ ଅକ୍ଷୟ କୁମାର ହେଉଛନ୍ତି ଏକ ମାତ୍ର କଳାକାର, ଯିଏ କି ଫିଲ୍ମର ୯୫ ପ୍ରତିଶତ ଷ୍ଟଣ୍ଟ ନିଜେ କରନ୍ତି । କାରଣ ଷ୍ଟଣ୍ଟ କରିବାକୁ ସେ ଭଲପାଆନ୍ତି । ଏଥିପାଇଁ ସେ ରିକ୍ସ ନେବାକୁ ମଧ୍ୟ ପଛାନ୍ତି ନାହିଁ ।

ବଡ଼େ ମିଆଁ ଛୋଟେ ମିଆଁ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଲ୍ଲୀ ଆବାସ ଜାଫର । ଏହାର ପ୍ରଯୋଜନା କରିଛନ୍ତି ଅଭିନେତା ଜ୍ୟାକି ଭଗନାନୀ । ତେବେ ଗଣମାଧ୍ୟମକୁ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ନିର୍ଦ୍ଦେଶକ କହିଥିଲେ ଯେ ୧୯୯୮ରେ ଅମିତାଭ ବଚ୍ଚନ-ଗୋବିନ୍ଦା ଷ୍ଟାରରଙ୍କ ସହ ଏହି ଫିଲ୍ମର କୌଣସି ସମ୍ପର୍କ ନାହିଁ । କିନ୍ତୁ ଫିଲ୍ମ ଗୁଡ଼ିକର ସମାନ ଆଖ୍ୟା ବାଣ୍ଟିବାର ଏକ କାରଣ ରହିଛି । ତେବେ ଏହି ଫିଲ୍ମ ଡିସେମ୍ବର ୨୦୨୩ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଏଥିସହ ଏଥିରେ ଟାଇଗର ଶ୍ରଫ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ପୃଥ୍ୱୀରାଜ ସୁକୁମରନ ମୁଖ୍ୟ ଭୂମିକାରେ ନଜର ଆସିବେ ।