/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679711997.jpg)
Constable Interview
ମୃତ୍ୟୁ କାହାକୁ କେତେବେଳେ କେମିତି ଆସିବ ତାହା କେହି କହିପାରିବେ ନାହିଁ । ମୃତ୍ୟୁ କୌଣସି ବି ରୂପରେ ଆସିପାରେ । ଠିକ୍ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ଆସିଥିଲେ ଇଣ୍ଟରଭ୍ୟୁ ଦେବାକୁ ସେଇଠି ଚାଲିଗଲା ଜୀବନ । କିଏ ଜାଣିଥିଲା ଏମିତି ହଠାତ୍ ଆସିବ ମୃତ୍ୟୁ । ଚାକିରି କରି ପରିବାର ଚଳାଇବା କଥା ଚିନ୍ତା କରି ଆସିଥିଲେ । ହେଲେ ଏବେ ପୁରା ପରିବାର ତାଙ୍କୁ ଝୁରୁଛି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ଦୀପ୍ତିରଂଜନ ଦାଶଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । କନଷ୍ଟେବଳ ନିଯୁକ୍ତି ସମୟରେ ଦୌଡ଼ିବା ବେଳେ ଚାଲିଗଲା ତାଙ୍କର ଜୀବନ । ଛତ୍ରପୁର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ କନଷ୍ଟେବଳ ନିଯୁକ୍ତି ପାଇଁ ଶୁକ୍ରବାର ହେଉଥିଲା ଫିଜିକାଲ୍ ଟେଷ୍ଟ । ଆଉ ସେହି ସମୟରେ ଗ୍ରାଉଣ୍ଡରେ ହିଁ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଏହି ଘଟଣାକୁ ନେଇ ଗଂଜାମ ଏସପି ଜଗମୋହନ ମିନା କହିଛନ୍ତି, ୧୬୦୦ ମିଟର ଦୌଡ଼ିବା ବେଳେ ଦୀପ୍ତିରଂଜନ ବେହୋସ ହୋଇ ଯାଇଥିଲେ । ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏସଂପର୍କରେ ଏମକେସିଜି ଫାଣ୍ଡିରେ ଏକ ମାମଲା ହୋଇଛି । ପ୍ରାଥମିକ ତଦନ୍ତରୁ ହାର୍ଟ ଆାଟାକ ଯୋଗୁଁ ଦୀପ୍ତିଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)