• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟ୍ରେନ୍‌ରେ ଯାତ୍ରା କରିବାକୁ ଲୋକେ ବେଶ୍‌ ପସନ୍ଦ କରନ୍ତି । ଟ୍ରେନ୍‌ ହେଉ ବା ଫ୍ଲାଇଟ୍‌ ଯାତ୍ରା କରିବା ପାଇଁ ଟିକେଟ୍‌ ନିହାତି ଆବଶ୍ୟକ । ବିନା ଟିକେଟ୍‌ରେ ଯାତ୍ରା କଲେ ଫାଇନ୍‌ ସାଙ୍ଗକୁ କଡ଼ା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଲୋକେ ଷ୍ଟେସନ୍‌ରେ ଟିକେଟ୍‌ କାଟୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି । କଥାଟି ନିଶ୍ଚୟ ଆପଣଙ୍କୁ ଅଡୁଆ ଲାଗୁଥିବ । କିନ୍ତୁ ଏପରି ଦୃଶ୍ୟ ୟୁପିର ଏକ ରେଳ ଷ୍ଟେସନ୍‌ରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ପଛର ରହସ୍ୟ ଜାଣିଲେ ଆପଣଙ୍କର ବି ହୋସ୍‌ ଉଡ଼ିଯିବ ।

ବାସ୍ତବରେ ୟୁପିର ପ୍ରୟାଗରାଜ ଜିଲ୍ଲାରେ ଦୟାଲପୁର ରେଲୱେ ଷ୍ଟେସନ ରହିଛି । ସେଠାକାର ସ୍ଥାନୀୟ ଲୋକେ ଷ୍ଟେସନ ଯାଇ ଟିକେଟ୍‌ କିଣିଛନ୍ତି, ହେଲେ ଯାତ୍ରା କରୁନାହାନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହରୁ ସେତେବେଳର ରେଳ ମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କୁ କହି ୧୯୫୪ ରେ ଦୟାଲପୁର ଷ୍ଟେସନର ଶୁଭାରମ୍ଭ କରିଥିଲେ । ନେହରୁଙ୍କ ଆଗ୍ରହ ଦେଖି ଷ୍ଟେସନ ମଧ୍ୟ ନିର୍ମିତ ହେଲା । ସମୟ ଗଡ଼ିବା ସହ ଷ୍ଟେସନ ଆର୍ଥିକ ସଙ୍କଟ ଦେଇ ଗତି କଲା । ଯାହା ଫଳରେ ଷ୍ଟେସନକୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡ଼ିଲା । ଷ୍ଟେସନ୍‌ ବନ୍ଦ ହେବାର ମୁଖ୍ୟ କାରଣ ଥିଲା ଟିକେଟ୍‌ ବିକ୍ରି ନ ହେବା ।

୨୦୨୦ ରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ପ୍ରଚେଷ୍ଟାରେ ପୁନର୍ବାର ଷ୍ଟେସନକୁ ଆରମ୍ଭ କରାଗଲା । ପୂର୍ବ ଭଳି ଆଉ ଥରେ ଷ୍ଟେସନ୍‌ ବନ୍ଦ ହୋଇଯିବା ଡ଼ରରେ ସ୍ଥାନୀୟ ଲୋକେ ନିଜ କ୍ଷମତା ଅନୁଯାୟୀ ଟିକେଟ୍‌ କିଣୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି । ଘଟଣାଟି ଅଜବ ଲାଗୁଥିଲେ ସମ୍ପୂର୍ଣ୍ଣ ଭାବେ ସତ । ଟିକେଟ୍‌ କିଣିବାର ମାନ ପୂରଣ କରିବା ପାଇଁ ଲୋକେ ନିଜ ଆଡ଼ୁ ପ୍ରତିଦିନ ଟିକେଟ୍‌ କିଣିଥାନ୍ତି ।

ସୂଚନାନୁଯାୟୀ ସ୍ଥାନୀୟ ଲୋକମାନେ ପ୍ରତି ମାସରେ ଅତି କମ୍‌ରେ ୭୦୦ ଟଙ୍କା ମୂଲ୍ୟର ଟିକେଟ୍ କିଣୁଛନ୍ତି, ଯାହାଫଳରେ ଷ୍ଟେସନ ଆଉ ବନ୍ଦ ହେବ ନାହିଁ । ସ୍ଥାନୀୟ ଲୋକ କହିଛନ୍ତି ଯେ, ବର୍ତ୍ତମାନ ଦୟାଲପୁର ରେଳ ଷ୍ଟେସନରେ କେବଳ ଗୋଟିଏ ଟ୍ରେନ୍ ଅଟକୁଛି । ଦୀର୍ଘଦିନ ଧରି ଲୋକମାନେ ଅଧିକ ଟ୍ରେନ୍ ଅଟକିବା ନେଇ ଦାବି କରିଆସୁଥିଲେ ।