• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତେଣେ ୨ ବର୍ଷ ଜେଲ୍ ଦଣ୍ଡାଦେଶ, ଏଣେ ଲୋକସଭା ସଦସ୍ୟତା ପଦ ରଦ୍ଦ । ଅଡ଼ୁଆ ଜାଲରେ ଛନ୍ଦି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଆଗକୁ ରହିଛି କ’ଣ ରହିଛି ବିକଳ୍ପ ? ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

୧- ସମ୍ବିଧାନର ଧାରା-୧୦୩ ଅନୁଯାୟୀ ସଦସ୍ୟତା ପଦ ରଦ୍ଦ ନିଷ୍ପତ୍ତିକୁ ଚାଲେଞ୍ଜ କରିପାରିବେ ରାହୁଲ ।

୨- ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟକୁ ଯାଇ ଡିସକ୍ୱାଲିଫିକେସନକୁ ଚାଲେଞ୍ଜ କରିପାରିବେ ।

୩- ସୁରତ ଜିଲ୍ଲା କୋର୍ଟଙ୍କ ୨ ବର୍ଷ ଜେଲ୍ ଦଣ୍ଡାଦେଶ ବିରୋଧରେ ୩୦ ଦିନ ଭିତରେ ଉପର କୋର୍ଟକୁ ଯାଇପାରିବେ ।

୪- ଦଣ୍ଡାଦେଶକୁ ଖାରଜ ପାଇଁ କିମ୍ବା ସ୍ଥଗିତାଦେଶ ପାଇଁ ସେସନ୍ସ କୋର୍ଟରେ ଅପିଲ୍ କରିପାରିବେ ।

୫- ସେସନ୍ସ କୋର୍ଟ ସୁରତ ଜିଲ୍ଲା କୋର୍ଟଙ୍କ ରାୟକୁ ଖାରଜ କଲେ ରାହୁଲ ପୁଣି ସାଂସଦ ପଦ ଫେରିପାଇବେ ।

୬- ସେସନ୍ସ କୋର୍ଟରୁ ଆଶ୍ୱସ୍ତି ନମିଳିଲେ, ରାହୁଲ ହାଇକୋର୍ଟରେ ଅନ୍ତରୀଣ ସ୍ଥଗିତାଦେଶ ପାଇଁ ଅପିଲ୍ କରିପାରିବେ ।