Advertisment

ଚାଷୀ ଜାଣିନାହାଁନ୍ତି... ତାଙ୍କ ନାଁରେ ଋଣ ନେଲା କିଏ ?

ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।

author-image
Sarbeswar
ଅଦ୍ୟତନ ହୋଇଛି
Cooperative bank

Cooperative bank

ଚାଷୀଙ୍କୁ ଚୂନା ଲଗାଇଲା ସମୟବାୟ ବ୍ୟାଙ୍କ, ଚାଷୀଙ୍କ ନାଁରେ ଋଣ ନେଇ ମାଲେମାଲ ହେଲେ ଲ୍ୟାମ୍ପସ ର୍କମଚାରୀ । ଲକ୍ଷଲକ୍ଷ ଟଙ୍କା ଋଣ ପଡ଼ିଛି ଚାଷୀଙ୍କ ନାଁରେ...ରାତିରେ ସେମାନଙ୍କୁ ନିଦ ହେଉନି କି ଦିନରେ ଭୋକ ହେଉନି । ହେଲେ ବେଫିକର ବଡବାବୁ । ଜାଲ ଋଣ ନେଇ ବାରମ୍ବାର ଉଚ୍ଚ ର୍କତ୍ତୃପକ୍ଷଙ୍କ ପାଖକୁ ଗଲେ ବି କିଛି ଲାଭ ମିଳୁନି । ଏବେ କେମିତି ଋଣ ଟଙ୍କା ସୁଝିବେ ସେଇ ଚିନ୍ତାରେ ଚାଷୀ । 

Advertisment

ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।

ଋଣ ସୁଝିବା ପରେ ବି କେମିତି ବକେୟା ଟଙ୍କା ରହିଲା ତାହାକୁ ନେଇ ଚିନ୍ତାରେ ପ୍ରଫୁଲ୍ଲ । ଖାଲି ପ୍ରଫୁଲ୍ଲ ନୁହନ୍ତି...ଝଡଙ୍ଗାଗାଁର ଜେନା ଲମତା, ସନ୍ତୋଷ କାଟିଆ ଓ ରାମଚନ୍ଦ୍ରଙ୍କ ଠିକ ପ୍ରଫୁଲ୍ଲଙ୍କ ପରି ୧ଲକ୍ଷ ଟଙ୍କା ଋଣ ନେଇଥିବା ଉଲ୍ଲେଖ ରହିଛି । କିନ୍ତୁ ଏମାନେ ସେତିକି ଟଙ୍କା ଋଣ ନେଇନାହାନ୍ତି । ଯାହା ଋଣ ନେଇଛନ୍ତି ତାହା ସୁଝିଥିବା କହିଛନ୍ତି । ଏପରିକି ସମସ୍ତ ଚଷୀଙ୍କ ଜମା ଖାତା ଚଷୀଙ୍କ ପାଖରେ ନୁହେଁ ଲ୍ୟାମ୍ପସରେ ମହଜୁଦ କରି ରଖାଯାଇଛି।

Advertisment

ଖାଲି କୁନ୍ଦୁରା ବ୍ଲକ ନୁହେଁ ଝଡଙ୍ଗା ସମେତ ଦିଗାପୁର, ଲିମା, ସାଗରଗୁଡା ସମେତ ଅନେକ ଚାଷୀଙ୍କର ଏପରି ଋଣ ଜାଲିଆତି କରିଥିବା ସାମନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ଋଣ ଜାଲିଆତି ନେଇ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଚାଷୀମାନେ ପ୍ରଶ୍ନ କରିଥିଲେ ବି ସମୋନେ କୌଣସି ଉତ୍ତର ଦେଉନଥିବା ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଏନେଇ ଆମେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିବାକୁ ପହଞ୍ଚିଥିବା ବଳେେ ଆମକୁ ଦେଖି ଅଫିସରୁ ଅନ୍ୟତ୍ର ପଳାଇଥିଲେ କର୍ମଚାରୀ । ଯାହାକୁ ନେଇ ବଢିଛି ସନ୍ଦେହ ।

ଅବିଭକ୍ତ କୋରାପୁଟ୍‌ ଜିଲ୍ଲାର ୫୫ ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଅନେକ ଲୁଟ୍‌ ହୋଇଛି । ଏନେଇ ତଦନ୍ତ ଚାଲିଛି ସତ କିନ୍ତୁ କୌଣସି ରିପୋର୍ଟ ଏଯାଏଁ ଆସିପାରିନି । ଆଉ ଏତିକି ବେଳେ ପୁଣି ଚାଷୀଙ୍କ ନାଁରେ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ଆସିବା ପରେ ଏବେ ଚିନ୍ତାରେ ଚାଷୀ ।

(ଜୟପୁରରୁ ଟି.ଗୌରୀ ଶଙ୍କର)

Farmers
Advertisment
Advertisment