/odishatv-khabar/media/post_attachments/uploadimage/library/16_9/16_9_0/Heavy_Rain_1679716324.jpg)
Heavy Rain
ବିଜୁଳି ଘଡ଼ଘଡ଼ି ସହ ଆଜି ବି ବର୍ଷା ସମ୍ଭାବନା । କାଲିଠୁ ଦୁଇ ଦିନ ପାଇଁ କାଳବୈଶାଖୀ ବଢ଼ିବା ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବ । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।
୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଗତ କିଛିଦିନ ହେଲା ରାଜ୍ୟରେ ପଶ୍ଚିମା ଝଡ଼ ଲାଗି ରହିଛି । ଫଳରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ହୋଇଛି । କେତେକ ସ୍ଥାନରେ ଚାଷ ଉପରେ ବିଶେଷ ପ୍ରଭାବ ପକାଇଛି ପଶ୍ଚିମାଝଡ଼ । ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)