• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମମତା-ନବୀନ ଭେଟଘାଟକୁ ନେଇ ଥମୁନି ଚର୍ଚ୍ଚା । ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରକ ଅଧିକାର ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଦୁଇ ନେତା ସ୍ପଷ୍ଟ କରିଥିଲା ବେଳେ ତୃତୀୟ ସାମ୍ମୁଖ୍ୟ ନେଇ ଆଲୋଚନା ହୋଇଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଜାତୀୟ ରାଜନୀତି ନେଇ ମମତା ଦେଇଥିବା ପ୍ରସ୍ତାବରେ ନବୀନ ସଂପୂର୍ଣ୍ଣ ଭାବେ ରାଜି ହୋଇନଥିବା କୁହାଯାଉଛି ।

ଅପରପକ୍ଷେ ଏଇ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଛି । ବିଜେପି, କଂଗ୍ରେସ ଅଭିଯୋଗ କରିଛନ୍ତି ନବୀନ ବାବୁ ଭୟରେ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି । ହେଲେ ବିଜେଡି କିନ୍ତୁ ପୁଣି ସମଦୂରତା ଫଣ୍ଡାକୁ ଦୋହରାଇଛି ।

ପ୍ରଥମେ ମମତା–ଅଖିଳେଶ । ଗତକାଲି ମମତା-ନବୀନ । ଆଉ ଆଜି ମମତା- ଏଚ୍ ଡି କୁମାର ସ୍ୱାମୀ । ସପ୍ତାହକ ଭିତରେ ଜଣଙ୍କ ପରେ ଜଣେ ତିନିଟି ଦଳର ମୁଖିଆଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଭେଟଘାଟକୁ ନେଇ ସରଗରମ ରାଜନୀତି । କେନ୍ଦ୍ରରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଚାଲିଛି କି ମନ୍ଥନ ?

 

ନବୀନ-ମମତା ଭେଟଘାଟ ବେଳେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୃଦୃଢ଼ ହେବା ଏବଂ ଗଣତାନ୍ତ୍ରକ ଅଧିକାର ସୁରକ୍ଷା ପ୍ରସଙ୍ଗ ଉଠିଥିବା ନେଇ ସୂଚନା ଦେଇଥିଲେ ଦୁଇ ନେତା । ହେଲେ କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଆଲୋଚନ ହୋଇନି ବୋଲି କହିଥିଲେ ନବୀନ।

ତେବେ ନବୀନଙ୍କୁ ଭେଟି ତାଙ୍କ ସହ ଆଉ କେଉଁ ଆଲୋଚନା କଲେ ମମତା ? ତୃତୀୟ ସାମ୍ମୁଖ୍ୟ.ନେଇ ଉଭୟଙ୍କ ଭିତରେ କିଛି ଆଲୋଚନା ହୋଇଛି କି ? ୨୦୨୪ ନିର୍ବାଚନ ପାଇଁ ମମତା ଏବେ ଅଣ ବିଜେପି, ଅଣକଂଗ୍ରେସ ଦଳକୁଏକାଠି କରି ଏକ ନୂଆ ଏକ ଫ୍ରଣ୍ଟ ଗଠନ ଦିଗରେ ଆଗକୁ ବଢୁଛନ୍ତି ।

ତେଣୁ ଏଭଳି ସ୍ଥିତିରେ ମମତା ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟ ନେଇ କିଛି ପ୍ରସ୍ତାବ ଦେଇଥିବା ଏବଂ ମମତାଙ୍କ ଏ ପ୍ରସ୍ତାବରେ ନବୀନ ରାଜି ହୋଇନଥିବା ଚର୍ଚ୍ଚା ହେଉଛି । କାରଣ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଲୋଚନାର ପୂରା କାର୍ଡ ଖୋଲି ନଥିଲେ ବି କିଛି କଥାରେ ନବୀନଙ୍କ ସମର୍ଥନ ନାହିଁ ଏବଂ କିଛି କଥାରେ ମୋର ସମର୍ଥନ ନାହିଁ କହି ଏଭଳି ଆଲୋଚନା ହୋଇଥିବାର ସମ୍ଭାବନାକୁ ଖୋରାକ ଦେଇଥିଲେ ମମତା । ଅପରପକ୍ଷେ ବିଜେଡି ବି ସ୍ପଷ୍ଟ ଭାବେ କହିଛି ଯେ, କେନ୍ଦ୍ର ରାଜନୀତି ପାଇଁ ନବୀନଙ୍କ ଅଭିଳାଷା ନାହିଁ ।

ସେପଟେ ମମତା-ନବୀନ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ୍ । ବିଜେପି, କଂଗ୍ରେସ ଅଭିଯୋଗ କରିଛନ୍ତି ନବୀନ ବାବୁ ଭୟରେ କୌଣସି ନିଷ୍ପତ୍ତି ନେଇ ପାରନାହାନ୍ତି । କଂଗ୍ରେସ ଅଭିଯୋଗ କରିଛି ନବୀନ ମୋଦୀଙ୍କ ସହ ଅଛନ୍ତି । ମମତା ମଧ୍ୟ ଇଡି ଭୟରେ କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ଆପଣେଇଛନ୍ତି । ତେବେ ବିଜେଡି ପୁଣି ସମଦୂରତା ଫଣ୍ଡାକୁ ଦୋହରାଇଛି ।

ବିଜେଡି ସବୁବେଳେ ସମଦୂରତା କଥା କୁହେ । କିନ୍ତୁ ସେ ୟୁପିଏ ହେଉ କି ଏନ୍‌ଡିଏ, କେନ୍ଦ୍ରରେ ଯେତେବେଳେ ଯାହାର ସରକାର, ସେତେବେଳେ ସେମାନଙ୍କୁ ଭିତରେ ଭିତରେ ସମର୍ଥନ କରୁଥିବା ଚର୍ଚ୍ଚା ହୁଏ । ତେଣୁ ୨୪ ନିର୍ବାଚନ ପୂର୍ବରୁ ବିଜେଡି ଏହି ଆଭିମୁଖ୍ୟ ସହିତ ରହୁଛି କି କିଛି ଅଲଗା ଆପଣାଉଛି ଏବେ ତା’ଉପରେ ନଜର ।

(ରିପୋର୍ଟ- ଭୁବନେଶ୍ୱରରୁ ନିରଜଂନ ରେଡ୍ଡି, ଜଗଦୀସ ଦାସ ଓ ହରିହର ଚାନ୍ଦ)