• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ପ୍ରତୀକ୍ଷାର ଅନ୍ତ । ବଢ଼ିଲା ଦରମା । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛି କେନ୍ଦ୍ର । ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମଧ୍ୟ ମାରିଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନ ଭୋଗୀ  ଲାଭବାନ ହେବ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହଙ୍ଗା ଭତ୍ତାର ପରିମାଣକୁ ୪% ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୩ ଜାନୁଆରୀ ୧ରୁ ଲାଗୁ ହେବ। ନୂଆ ନିଷ୍ପତ୍ତି ଦ୍ୱାରା କେନ୍ଦ୍ରର କାର୍ଯ୍ୟରତ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନ ଭୋଗୀ ଲାଭବାନ ହେବେ । ୭ମ ବେତନ କମିଶନ ଆଧାରରେ ଏପରି ବୃଦ୍ଧି କରାଯାଇଥିବା ବୋଲି ସେ ସୂଚନା ଦେଇଛନ୍ତି । 

ପୁର୍ବରୁ ୨୦୨୨ ସେପ୍ଟେମ୍ବର ୨୮ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା । ଏହାକୁ ୨୦୨୨ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ କରାଯାଇଥିଲା । ସେଥର ମଧ୍ୟ ୪% ବଢ଼ିଥିଲା । ଏଥର ରିପୋର୍ଟ ପ୍ରକାଶ ପାଇଥିଲା ଯେ ହୋଲି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିବ । ହେଲେ ଏନେଇ କୌଣସି ନିଷ୍ପତ୍ତି କେନ୍ଦ୍ର ସରକାର ନେଇ ନଥିଲେ । ଏବେ କିନ୍ତୁ କ୍ୟାବିନେଟ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ମୋହର ମାରିଛି । ସରକାର ବର୍ଷକ ମଧ୍ୟରେ ଦୁଇ ଥର କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ଥାଆନ୍ତି ।