• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖୁବ୍‌ଶୀଘ୍ର ସୁଟିଂ ସେଟ୍‌କୁ ଫେରିବେ ବିଗ୍‌ବି ଅମିତାଭ୍‌ ବଚ୍ଚନ । ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବାନେଇ ନିଜେ ଅମିତାଭ ସୂଚନା ଦେବାସହ ଖୁବ୍‌ଶୀଘ୍ର ସୁଟିଂ ସେଟ୍‌ରେ ପହଞ୍ଚିବେ ବୋଲି କହିଛନ୍ତି । ଅଫିସିଆଲ ବ୍ଳଗ୍‌ରେ ଆମିତାଭ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଅପଡେଟ୍‌ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ।

ସେ କହିଛନ୍ତି, ସୁଟିଂ ସେଟରେ ଆହତ ହୋଇଥିଲି । ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛି । ପ୍ରଶଂସକମାନଙ୍କ ଭଲପାଇବା ସାଥିରେ ରହିଛି । ସୁସ୍ଥତା ପଛରେ ସମସ୍ତଙ୍କ ଭଲପାଇବା ଓ ପ୍ରେମ ରହିଛି ବୋଲି କହିଛନ୍ତି ଅମିତାଭ । ଖୁବ୍‌ଶୀଘ୍ର ସୁଟିଂରେ ଯୋଗଦେବେ ବୋଲି କହିଛନ୍ତି ଅମିତାଭ ।

ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍‌ବି । ଫିଲ୍ମ ‘ପ୍ରୋଜେକ୍ଟ କେ’ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା । ଯନ୍ତ୍ରଣା ହେବା ପରେ ହାଇଦ୍ରାବାଦର AIG ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଅମିତାଭ। ପରେ ଘରକୁ ଫେରିଥିଲେ ।

ଡାକ୍ତରଙ୍କ ପରାମର୍ଶ କ୍ରମେ ସିଟି ସ୍କାନ ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି । ଅମିତାଭ ଆହତ ହୋଇଥିବା ନେଇ ସେ ନିଜେ ପ୍ରଥମେ ସୂଚନା ଦେଇଥିଲେ । ଡାକ୍ତର ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଫଳରେ ଫିଲ୍ମର ସୁଟିଂ କାମ ବନ୍ଦ ରହିଥିଲା ।

ହେଲେ ଏବେ ଅମିତାଭ ସୁସ୍ଥ ହୋଇଥିବାରୁ ଖୁବ୍‌ଶୀଘ୍ର ‘ପ୍ରୋଜେକ୍ଟ କେ’ ସୁଟିଂ ଆରମ୍ଭ ହେବାକୁ ଯାଉଛି । ଫିଲ୍ମ ‘ପ୍ରୋଜେକ୍ଟ କେ’ ଆସନ୍ତାବର୍ଷ ମୁକ୍ତିଲାଭ କରିବ ବୋଲି ଆଶା ରଖାଯାଇଛି । ‘ପ୍ରୋଜେକ୍ଟ କେ’ରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଦିଶା ପଟାନି ନଜର ଅସିବେ ।