Advertisment

ପୁଣି ବାଜିମାରିଲା ସାଉଥ୍ ଫିଲ୍ମ୍; ‘ଭୋଲା’ ଉପରେ ଭାରି ପଡିଲା 'ଦସରା'

ନାନୀଙ୍କ ଫିଲ୍ମ 'ଦସରା' ବକ୍ସ ଅଫିସ୍‌ରେ କମାଲ୍ କରିଛି ଆଉ ତାଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଯାଇଛି। ପ୍ରଥମ ଦିନରେ ଭାରତର ସମସ୍ତ ଭାଷାରେ ପ୍ରାୟ ୧୭ କୋଟି ଟଙ୍କା ରୋଜଗାର କରିଛି। ‘ଭୋଲା’ର ପ୍ରାରମ୍ଭିକ ବକ୍ସ ଅଫିସ୍ ରୋଜଗାର ପ୍ରାୟ ୧୧.୨୦ କୋଟି ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Bholaa Box Office Collection

Nani film dasara beats bholaa on box office first day

ପୁଣିଥରେ ବକ୍ସ ଅଫିସରେ କମାଲ୍ କଲା ସାଉଥ୍ ଫିଲ୍ମ୍। ଯଦିଓ ସାଉଥ୍‌ର ସବୁ ଫିଲ୍ମ୍ ବକ୍ସ ଅଫିସରେ ଚମତ୍କାର କାମ କରେ ନାହିଁ, କିନ୍ତୁ ବଲିଉଡ ତୁଳନାରେ ଅଧିକ ସାଉଥ୍‌ ଫିଲ୍ମ୍ ସଫଳତାର କାହାଣୀ ଲେଖୁଥିବା ଦେଖାଯାଏ। ବର୍ତ୍ତମାନ ଏଥିରେ ନାନୀଙ୍କ ନୂଆ ନାଁ ଯୋଡାଯାଇଛି। ନାନୀଙ୍କ ଫିଲ୍ମ 'ଦସରା' ବକ୍ସ ଅଫିସ୍‌ରେ କମାଲ୍ କରିଛି ଆଉ ତାଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଯାଇଛି।

Advertisment

ଯଦି ଆମେ ପ୍ରାରମ୍ଭିକ ଆକଳନକୁ ଦେଖିବା ତେବେ ‘ଦସରା’ ଭାରତର ସମସ୍ତ ଭାଷାରେ ପ୍ରାୟ ୧୭ କୋଟି ଟଙ୍କା ରୋଜଗାର କରିଛି। ଯଦି ଆମେ ଫିଲ୍ମର ତେଲୁଗୁ ସଂସ୍କରଣ ବିଷୟରେ କହିବା, ତେବେ ଏହା ୧୪.୨୨ କୋଟି ଟଙ୍କା ରୋଜଗାର କରିଛି। ଏହାକୁ ଦେଖିଲେ 'ଦସରା' ନାନୀଙ୍କ କ୍ୟାରିୟରରେ ଏକ ଜବରଦସ୍ତ ଫିଲ୍ମ ହେବାକୁ ଯାଉଛି।

ଦେଖନ୍ତୁ ଭିଡିଓ | ପରଦାକୁ ଆସିବ ପୁଷ୍ପା ଭଳି ଆଉ ଏକ ସିନେମା !

ତେବେ ମାର୍ଚ୍ଚ ୩୦ରେ ଗୋଟିଏ ଦିନରେ ନାନୀଙ୍କ ‘ଦସରା’ ଏବଂ ଅଜୟ ଦେବଗନଙ୍କ ‘ଭୋଲା’ ବକ୍ସ ଅଫିସରେ ମୁକ୍ତିଲାଭ କରିଛି। ‘ଦସରା’ର ବଜେଟ୍ ପ୍ରାୟ ୬୫ କୋଟି ଟଙ୍କା ହୋଇଥିବାବେଳେ ‘ଭୋଲା’ର ବଜେଟ୍ ପ୍ରାୟ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ନାନୀଙ୍କ ‘ଦସରା’ ଏକ ମୂଳ କାହାଣୀ ହୋଇଥିବାବେଳେ ଅଜୟ ଦେବଗନଙ୍କ ‘ଭୋଲା’ କାର୍ତ୍ତିଙ୍କ ତାମିଲ ଚଳଚ୍ଚିତ୍ର 'କୈଥୀ'ର ରିମେକ୍।

Advertisment

‘ଦସରା’ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରାୟ ୧୩୦୦ ପରଦାରେ ମୁକ୍ତିଲାଭ କରିଥିବାବେଳେ ଅଜୟ ଦେବଗନଙ୍କ ଭୋଲା ସାରା ଭାରତରେ ୩୫୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ଏ କ୍ଷେତ୍ରରେ ଦୁଇଟି ଚଳଚ୍ଚିତ୍ର ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। କିନ୍ତୁ ରୋଜଗାର ଦୃଷ୍ଟିରୁ ଦେଖୁଲେ ‘ଦସରା’ ‘ଭୋଲା’କୁ ବହୁତ ପଛରେ ପକାଇ ଦେଇଛି। ‘ଭୋଲା’ର ପ୍ରାରମ୍ଭିକ ବକ୍ସ ଅଫିସ୍ ରୋଜଗାର ପ୍ରାୟ ୧୧.୨୦ କୋଟି ହୋଇଛି।

ତେବେ ନାନୀଙ୍କ ‘ଦସରା’ ସାଉଥ୍‌ର ଅନ୍ୟ ଏକ ଚଳଚ୍ଚିତ୍ର ‘ପୁଷ୍ପା’କୁ ଅନୁସରଣ କରିଛି। ‘ଦସରା’ର ଟ୍ରେଲର ମଧ୍ୟ ଖୁବ୍ ଦମଦାର ହୋଇଥିଲା। ନାନୀଙ୍କ ଷ୍ଟାଇଲ୍ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ସାଉଥ୍‌ର ଆଉ ଏକ ଚଳଚ୍ଚିତ୍ର ପ୍ରମାଣ କରିଛି ଯେ ଚଳଚ୍ଚିତ୍ରକୁ ସଫଳ କରିବା ପାଇଁ ସାଧାରଣ ଦେଶୀ ଷ୍ଟାଇଲ୍, ଦମଦାର କାହାଣୀ, ଖତରକାକ୍ ଆକ୍ସନ୍ ଏବଂ ଚରିତ୍ରର ଉପସ୍ଥାପନା ହେଉଛି ସବୁଠାରୁ ବଡ ସୂତ୍ର। ଏବେ ଦେଖିବାକୁ ବାକି ରହିଲା ଯେ ନାନୀଙ୍କ ‘ଦସରା’ର ଯାଦୁ ବକ୍ସ ଅଫିସ୍‌ରେ କେତେ ଦିନ କାମ କରୁଛି ଏବଂ କେତେ ରେକର୍ଡ କରୁଛି।

Ajay Devgn Bollywood South Movies
Advertisment
Advertisment