• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରସୁଗୁଡ଼ାରୁ ଲଢ଼ିବେ ଦୀପାଳି ଦାସ । ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । 

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ହେବା ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ଆଉ ଏବେ ଭୋଟ ହେବାକୁ ଯାଉଛି । କିରିମିରା, ଲଇକେରା,  କୁଲାବିରା, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ । ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରଷଦ ଓ ପୌର ନିର୍ବାଚନରେ ଝାରସଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି । ଝାରସୁଗୁଡ଼ାରେ ୨ ଲକ୍ଷ ୨୧ ହଜାର ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ଓ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ରହିଛନ୍ତି । ଏଥର ମୋଟ ବୁଥ ସଂଖ୍ୟା ୨୫୩ ରହିଛି । 

 

ନବ ଦାସ ୨୦୦୯, ୨୦୨୧୪ କଂଗ୍ରେସରୁ  ବିଧାୟକ ହୋଇଥିବାବେଳେ ୨୦୧୯ ପୂର୍ବରୁ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ବି ଥିଲେ । ତେବେ ତାଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନରେ ଲଢେଇ ଜୋରାଦର ହେବ । କାରଣ ନବ ଦାସ ହତ୍ୟା କାଣ୍ଡକୁ ନେଇ ବିରୋଧୀ-ଶାସକ ଦଳ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆଉ ଆଗ୍ରେସିଭ୍ ମୁଡରେ ରହିଛି ବିଜେପି । 

ତେବେ ବିଜେଡିରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଲି ଦାସ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ଓ ବିଜେପିରୁ ବିଜେପି ରାଜ୍ୟ ସଂମ୍ପାଦକ ଟଙ୍କଧର ତ୍ରିପାଠୀ ରେସ୍‌ରେ ଆଗରେ ରହିଛନ୍ତି । ଆଉ କଂଗ୍ରେସରରୁ ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଜିଲ୍ଲା ସଭାପତି ଅଶୋକ ମିଶ୍ର, ଗତଥର ପ୍ରାର୍ଥୀ ହୋଇଥିବେ ମହେନ୍ଦ୍ର ନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । 

ଅନ୍ୟପଟେ ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇସିଙ୍କ ଘୋଷଣା କରିସାରିଛନ୍ତି । ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ । ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା ।

Dipali Das(Dipali Das)